ସୁନ୍ଦରଗଡ଼ 3 ବିଧାନସଭା କ୍ଷେତ୍ର ପାଇଁ ନୂଆ କର୍ମକର୍ତ୍ତା ନିଯୁକ୍ତ

0

ଭୁବନେଶ୍ୱର//TATKALODISHA //

ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶାସକ ବିଜେଡି ନିଜର ଜିଲ୍ଲା ସ୍ତରୀୟ ଦଳୀୟ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନମୋଦନ କ୍ରମେ ଦଳର  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ସୁନ୍ଦରଗଡ଼ ଜିଲ୍ଲାର ନୂତନ କର୍ମକର୍ତ୍ତା ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

  ରିପୋର୍ଟ ଭିତ୍ତିରେ ସୁନ୍ଦରଗଡ଼ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀ ଓ 10ଟି ବ୍ଲକ ଓ 2ଟି ମୁନିସିପାଲିଟିରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହି ବିଧାନସଭା କ୍ଷେତ୍ରଗୁଡ଼ିକ ହେଉଛି..

  • ସୁନ୍ଦରଗଡ଼,
  • ରାଜଗାଙ୍ଗପୁର,
  • ତଳସରା

ସେହିପରି ଆଠ ଜଣ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବାବେଳେ 35ଜଣ ସମ୍ପାଦକ,19ଜଣ ଉପାଦାଷ୍ଟା ମଣ୍ଡଳୀ ସଭ୍ୟ ଏବଂ ଜଣେ କୋଷାଧ୍ୟକ୍ଷ  ଭାବେ ନିଯୁକ୍ତି ପାଇଛନ୍ତି   l ତେବେ ଲିଗାଲ, କୃଷକ, ଅନୁସୂଚିତ ଜାତି ଓ ଉପଜାତି ସେଲର 8ଜଣଙ୍କୁ ସଭାପତି ଭାବେ ନିଯୁକ୍ତି. ମିଳିଛି  I

 ଆଠ ବ୍ଲକ/ମୁନିସିପାଲିଟିର ବିଜେଡି ସଭାପତି

  • ଅଶ୍ୱିନୀ ନାଏକ-ସୁନ୍ଦରଗଡ
  • ଶୋଭନ ଦାଶ-ଟାଙ୍ଗରପାଲି 
  • ସୁକାନ୍ତ ପତି – ହେମଗିର
  • ପ୍ରଶାନ୍ତ ପୃସେଠ-ଲେଫ୍ରିପଡ଼ା
  • ଲଲାଟେନ୍ଦୁ ପରିଡ଼ା -ସୁନ୍ଦରଗଡ଼ ମୁନିସିପାଲଟି
  • ଅମର ତୀର୍କୀ -ଲାଠିକଟା
  •  ଅର୍ଜୁନ ଜୟପୁରିଆ -କୁତ୍ରା
  • ରାମନାଥ କିସପଟ୍ଟା -ରାଜଗାଙ୍ଗପୁର
  • ରାଜେନ୍ଦ୍ର ଲେଙ୍କା -ରାଜଗାଙ୍ଗପୁର ମୁନିସିପାଲଟି
  • ଦେବାଶିଷ ମିଶ୍ର -ବଡ଼ଗାଁ
  •  କେଶବ ଚନ୍ଦ୍ର ରଣା -ବାଲିସଙ୍କରା
  • ମନୋଜ ବରୁଆ-ସୁବଡେଗା

Leave A Reply

Your email address will not be published.