ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଭାଗ୍ୟ ଏବେ ସୁତା ଖିଅରେ?

0
  • 6ରେ ଚୂଡାନ୍ତ ଫଇସଲା
  • ସୁନ୍ଦରଗଡ଼,ଭୁବନେଶ୍ୱର, କଟକ//TATKAL ODISHA//

ବିଜେପି ନେତ୍ରୀ ତଥା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଭାଗ୍ୟ ଏବେ ସୁତା ଖିଅରେ? ଅଫିସ ଅଫ ପ୍ରଫିଟ’ ବିବାଦରେ ସେ ଛନ୍ଦି ହୋଇ ହରଡ଼ଘଣାରେ ପଡିଛନ୍ତି?? ଆସନ୍ତା 6ରେ ଫଇସଲା ହୋଇଯିବ I 

– ତେବେ ତାଙ୍କ ବିଧାୟିକା ପଦବୀ ରହିବ ନା’ଯିବ ?

ମିଳିଥିବା ସୂଚନାନୁସାରେ କୁସୁମ ଟେଟେ ସୁନ୍ଦରଗଡର  ରାଜ୍ୟ ଉନ୍ନୟନ ବିକାଶ ପରିଷଦ ପଦବୀ(SDC)ରେ ଅଧ୍ୟକ୍ଷ ଥିବାବେଳେ 2019 ମାର୍ଚ୍ଚରେ ସୁନ୍ଦରଗଡ ଆସନରୁ ବିଧାୟକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ନିୟମ ବିରୋଧୀ I ଏହାକୁ ସୁନ୍ଦରଗଡ଼ର କିଛି ସମାଜସେବୀ ଚ୍ୟାଲେଞ୍ଜ କରିବା ସତ୍ୱେ ସେ ତାହାକୁ ହେୟଜ୍ଞାନ କରିଥିଲେ I

ସୂଚନା ଅଧିକାର ବଳରେ ତଥ୍ୟ ମଗାଯାଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କିଛି ବିଭାଗ ତାଙ୍କୁ ପରୋକ୍ଷ ସମର୍ଥନ କରିଥିଲେ I ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ପରେ  ସୁନ୍ଦରଗଡ଼ ଜିଲ୍ଲାପାଳ ପ୍ରକୃତ ରିପୋର୍ଟ ଦେଇଥିଲେ I ଫଳରେ ଘଟଣାର ପର୍ଦାଫାଶ ହୋଇଛି I

କୁସୁମ ଟେଟେ, ବିଧାୟିକା

     ଅନ୍ୟପକ୍ଷରେ ସବୁ ପ୍ରାମାଣିକ ତଥ୍ୟ ଆଧାରରେ ସମାଜସେବୀ ଜଗଦୀପ ପ୍ରତାପ ଦେଓ ନମ୍ବର  17716/21ଭିତ୍ତିରେ ହାଇକୋର୍ଟରେ କେସ ଦାୟର  କରିଥିଲେ। 1/2/23 ରେଏନେଇ ଶୁଣାଣୀ ହୋଇଥିଲା I ଚୂଡାନ୍ତ ରାୟ 6/2/23 ପ୍ରକାଶ ପାଇବ I କୋର୍ଟ କଣ ରାୟ ଦେବେ ତାହା ଭିନ୍ନ କଥା, ମାତ୍ର ତଥ୍ୟ ପ୍ରମାଣ ତାଙ୍କ ବିରୋଧରେ ଥିବାରୁ ସେ ଅଡ଼ୁଆ ସୂତାରେ ଛନ୍ଦି ହେଲା ଭଳି ଚର୍ଚ୍ଚା ହେଉଛି I

    ବିଶେଷଜ୍ଞଙ୍କ କହିବା ଅନୁସାରେ କୁସୁମଙ୍କ ବିଧାୟକ କାର୍ଯ୍ୟକାଳ ଆଉ ମାତ୍ର ବର୍ଷେ ରହିଛି I ଏହି ସମୟ କାଳ  ଭିତରେ ବିଧାୟକ ପଦବୀ ଚାଲିଗଲେ କିଛି ଫରକ ପଡ଼ିବ ନାହିଁ I ମାତ୍ର ତାଙ୍କ ବିରୋଧରେ ଯଦି ରାୟ ଆସେ ତାହାଲେ ବର୍ତ୍ତମାନର ବିଧାୟକ ପଦ ଯିବା ସହ ଆଗାମୀ 2024 ନିର୍ବାଚନ ଲଢ଼ିବା ନେଇ ସମସ୍ୟା ସୃଷ୍ଟି ହେବ I ସେଥିପାଇଁ ଆରମ୍ଭରୁ କୁସୁମ ଇସ୍ତଫା ଦେଇ ଥିଲେ ଭଲ ହୋଇ ଥାନ୍ତା I ଏତେ ସମସ୍ୟାର ସମ୍ମୁଖୀନ ହୋଇ ନ ଥାନ୍ତେ I 

Leave A Reply

Your email address will not be published.