ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସୁଜାତାଙ୍କୁ ନିର୍ଦେଶ
ଭୁବନେଶ୍ୱର //TATKAL ODISHA//
ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।
ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I
ଉଲ୍ଲେଖନୀୟ ଯେ, ସୁଜାତା ପ୍ରଥମେ ଛଅ ମାସ ଛୁଟି ମାଗିଥିଲେ I ସରକାର ଅନୁମତି ଦେବା ପରେ ସେ ଜୁନରୁ ନଭେମ୍ବର ଯାଏଁ ଛୁଟିରେ ରହିଥିଲେ। ଛୁଟି ଯିବାବେଳେ ସୁଜାତା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି । ଚାଇଲ୍ଡ କେୟାର ଓ ଝିଅର ଦଶମ ପରୀକ୍ଷା ପ୍ରସ୍ତୁତ ପାଇଁ ସେ ଛୁଟି ନେଇଥିବା ଦର୍ଶାଇଥିଲେ।