ସୀହ୍ମାଚଳମ ଶ୍ରୀବରାହ ନୃସିଂହନାଥଙ୍କର ଚନ୍ଦନ ଉତ୍ସବ

0
  • ବିଶାଖାପାଟଣା//TATKAL ODISHA//ଐତିହ୍ୟ ଖୋଜ//

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସିହ୍ମାଚଳମରେ ବିଜେ କରିଥିବା ମହାପ୍ରଭୁ ଶ୍ରୀବରାହ ନୃସିଂହନାଥ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଉତ୍ସବ ଯାତ୍ରା ପାଳିତ ହୁଏ I ଚଳିତ ବର୍ଷ ବି ମହାସମାରୋହରେ ପାଳନ ହୋଇଛି I ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ମନସ୍କାମନା ପୂର୍ଣ୍ଣ କରିଛନ୍ତି I

ମହାପ୍ରଭୁ ଶ୍ରୀବରାହ ନୃସିଂହନାଥଙ୍କ ମନ୍ଦିର

ବର୍ଷରେ ଏହି ଗୋଟିଏ ଦିନ ଶ୍ରୀନୃସିଂହ ମହାପ୍ରଭୁ ନିଜରୂପରେ ଦର୍ଶନ ଦେଇଥିଲେ l

ପ୍ରାୟ ଏକ କ୍ୱିଣ୍ଟାଲ ଚନ୍ଦନ ପ୍ରଲେପକୁ ତାଙ୍କ ଶ୍ରୀଅଙ୍ଗରୁ କଢ଼ାଯାଇ ସକାଳ 6ଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଏ l

ଶ୍ରୀନୃସିଂହ ଠାକୁର ବିଷ୍ଣୁଙ୍କର ସବୁଠାରୁ ଭୟଙ୍କର ଅବତାର l ତାଙ୍କୁ ଖାଲି ଆଖିରେ ଦର୍ଶନ ମନା l

ତେଣୁ ବର୍ଷ ସାରା ତାଙ୍କୁ ଚନ୍ଦନ ପ୍ରଲେପ ଦେଇ ପୂଜା କରାଯାଏ l କେବଳ ଭକ୍ତ ମାନେ ତାଙ୍କ ମୂଳ ରୂପ ଦର୍ଶନ କରନ୍ତି l ଚଳିତ ବର୍ଷ ଶ୍ରୀନୃସିଂହ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ I

ଆପଣ ବି ଅନ୍ତତଃ ଥରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ଜୀବନକୁ ସାର୍ଥକ କରନ୍ତୁ I

Leave A Reply

Your email address will not be published.