ସିନ୍ଧୁ ନଦୀ ଚୁକ୍ତି ବାତିଲ, ୱାଘା ସୀମା ବନ୍ଦ

0

ନୂଆଦିଲ୍ଲୀ//TATKAL ODISHA//

ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ସହ ଅଟାରୀ-ୱାଘା ସୀମାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛି ଭାରତ I

ପହଲଗାମ୍‌ ନରସଂହାରକୁ ନେଇ ବୈଦେଶିକ ମନ୍ତ୍ରାଳୟର ଏହି ବଡ଼ ଘୋଷଣା କରିଛି I

ଭାରତ ମଧ୍ଯ ଆଉ କିଛି କଠୋର ନିଷ୍ପତ୍ତି ନେଇଛି I

ସପ୍ତାହେ ମଧ୍ୟରେ ପାକିସ୍ତାନ ନାଗରିକ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି I ଦୂତାବାସ କର୍ମଚାରୀ ସଂଖ୍ୟା ୩୦କୁ ହ୍ରାସ କରିବାକୁ ନିର୍ଦେଶ ଦେବା ସହ କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ମନା ହୋଇଛି I

ଗତ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ସବୁଠାରୁ ବଡ଼ ଧରଣର ସନ୍ତ୍ର୍ରାସବାଦ ଆକ୍ରମଣ ହୋଇଥିବା ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଓଡ଼ିଶା ବାଲେଶ୍ୱର ଜିଲ୍ଲାର ରେମୁଣା ଇଶାନୀ ଗାଁର ଜଣେ ପର୍ଯ୍ୟଟକ ଅନ୍ତର୍ଭୁକ୍ତ। ତେବେ ଲସ୍କର ସହିତ ଜଡ଼ିତ ଆତଙ୍କବାଦୀ ମାନେ ଏହି କାଣ୍ଡ ଭିଆଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.