ସିନେମା ନିର୍ମାତା ଅଲୀ ଆକବର କାହିଁକି ହେଲେ ହିନ୍ଦୁ? ଜାଣନ୍ତୁ କାରଣ..

0
  • ଚେନ୍ନାଇ, ତିରୁଅନନ୍ତପୁରମ//TATKAL ODISHA//

ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହ ତେର ସେନା ଅଧିକାରୀ ହେଲିକପ୍ଟର ଦୁର୍ଘଟଣାରେ ଅକାଳ ମୃତ୍ୟୁ ହେବା ପରେ ସାରା ଦେଶ ଶୋକ ପ୍ରକାଶ କରିଛନ୍ତି I ହେଲେ କିଛି ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର କିଛି ବ୍ୟକ୍ତି ଖୁସି ମନାଇଛନ୍ତି I ସୋସିଆଲ ମିଡିଆରେ ବି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି I ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି I

ଅଲି ଆକବର

ସୂଚନାନୁସାରେ ଜେନରାଲ ବିପିନ୍ ରାୱତଙ୍କ ମୃତ୍ୟୁରେ ଖୁସି ମନାଉଥିବା ସେହି ଅଳ୍ପ ସଂଖ୍ୟକ ସାମ୍ପ୍ରଦାୟର କିଛି ନାଗରିକଙ୍କ ଉପରେ ଭୀଷଣ କ୍ରୋଧିତ ହୋଇଛନ୍ତି ମାଲାୟାଲାମ ସିନେମା ନିର୍ମାତା ଅଲୀ ଆକବର I

ଏଥିପାଇଁ ସେ ଓ ତାଙ୍କ ପତ୍ନୀ ସେହି ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଗଣମାଧ୍ୟମକୁ ଅଲି ଆକବର କହିଛନ୍ତି ଯେ, ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତ୍ବ। ଏହି ଧର୍ମ ଯେତେ ଉଦାର, ସେତେ ସହିଷ୍ଣୁ I ଶତ୍ରୁଙ୍କ କବଳରୁ ରକ୍ଷା ପାଇବାକୁ ହେଲେ ହିନ୍ଦୁ ଧର୍ମକୁ ଆପଣାଇବାକୁ ହେବ I ହିନ୍ଦୁ ଏକ ଧର୍ମ ନୁହେଁ, ଏକ ଆନ୍ଦୋଳନ ବୋଲି ସେ କହିଛନ୍ତି I

ଉଲ୍ଲେଖନିୟ ଯେ, ଗତ ସପ୍ତାହରେ ଇଣ୍ଡୋନେସିଆରେ 52 ହଜାର ଲୋକ ହିନ୍ଦୁ ଧର୍ମକୁ ଆପଣେଇଛନ୍ତି I

Leave A Reply

Your email address will not be published.