ସିଡିଏସ ବିପିନ ରାୱତ ମୃତ

0
  • ବାୟୁସେନା ଦେଲା ତଦନ୍ତ ନିର୍ଦେଶ

  • ଚେନ୍ନାଇ, ନୂଆଦିଲ୍ଲୀ //TATKAL ODISHA//

ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତଙ୍କର ବୁଧବାର ହେଲିକପଟର ଦୁର୍ଘଟଣାରେ ଦେହାନ୍ତ ହୋଇ ଯାଇଛି |

ଦୁର୍ଘଟଣା ତାମିଲ ନାଡୁ ନୀଳଗିରି ଅଞ୍ଚଳ ଘନ ଜଙ୍ଗଲରେ ଦିନ ପ୍ରାୟ 12ଟା ପରେ ଘଟିଲା |ଉକ୍ତ ହେଲିକପଟରରେ ଜେନେରାଲ ରାୱତ, ତାଙ୍କ ପତ୍ନୀଙ୍କ ସହ ମୋଟ 14ଜଣ ରହିଥିଲେ |

  • ବାୟୁସେନା ତଦନ୍ତ ନିର୍ଦେଶ ଦେଇଛି
ନୀଳଗିରି ପର୍ବତର ଦୁର୍ଘଟଣା ସ୍ଥଳ

ଜରୁରୀ ଉଦ୍ଧାର କାର୍ଯ୍ୟ କରାଯାଇ ଆହତ ମାନଙ୍କୁ welington ସାମରିକ ଡାକ୍ତରଖାନାକୁ ନିଆ ଯାଇଥିଲା | ହେଲେ ସନ୍ଧ୍ୟା 6ଟା ରେ ବାୟୁସେନା ତାଙ୍କ ସହ ଅନ୍ୟ 12 ଜଣଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିଲା |


ତେଵେ ଏ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜେନେରାଲ ରାୱତ ଭାରତୀୟ ସେନା ପାଇଁ ଉତ୍ସାହ ପ୍ରଦାନକାରି ବ୍ୟକ୍ତିତ୍ୱ ଥିଲେ | ଆମର ଦୁଇ ପଡୋଶୀ ଦେଶ, ଯେଉଁମାନେ ଭାରତରେ ଅସ୍ଥିରତା ସୃଷ୍ଟି କରିବା, ସୀମାନ୍ତରେ ଅନୁପ୍ରବେଶ କରି ଦେଶରେ ଅଶାନ୍ତି କରିବା ପାଇଁ ଚେଷ୍ଟିତ ଥିଲେ, ସେମାନଙ୍କ ପାଇଁ ଜେନେରାଲ ଥିଲେ ଆତଙ୍କ |

ତାଙ୍କ ଚତୁର କୌଶଳରେ ଭାରତୀୟ ତିନି ସେନାବାହିନୀ ସଫଳତା ହାସଲ କରୁଥିଲା |
ଏଭଳି ଜଣେ ସୁପୁତ୍ରଙ୍କୁ ହରାଇ ଦେଶର ପ୍ରତିଟି ନାଗରିକ ମର୍ମାହତ |

Leave A Reply

Your email address will not be published.