ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ପାଇଲା ନଅ ପ୍ରକଳ୍ପ

0

  • ୨୫୭୦.୫୪ କୋଟି ବିନିଯୋଗ ହେବ
  • ୨୭୫୫ ବ୍ୟକ୍ତିଙ୍କୁ କର୍ମନିଯୁକ୍ତି ସୁଯୋଗ 

ଭୁବନେଶ୍ୱର,//ତତ୍କାଳ ଓଡ଼ିଶା//
ଓଡ଼ିଶା ସରକାରଙ୍କ ‘ସିଙ୍ଗ୍‌ଲ ୱିଣ୍ଡୋ କି୍ଲଅରାନ୍ସ ଅଥରିଟି’ ମୋଟ୍ ୨୫୭୦.୫୪ କୋଟି ଟଙ୍କା ବିନିଯୋଗହେଉଥିବା ନଅ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି I

୨୭୫୫ ବ୍ୟକ୍ତି ନିଯୁକ୍ତି ସୁଯୋଗ ପାଇବେ I
ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କି୍ଲଅରାନ୍ସ ଅଥରିଟି ବୈଠକ । ଅନୁମୋଦିତ ୯ ପ୍ରକଳ୍ପ ମଧ୍ୟରେ ମୋଟାଲ୍ ଓ ମଟୋଲ୍ ଡାଉନ୍ ଷ୍ଟ୍ରିମ, ମାନୁଫ୍ୟାକଚରିଂ, ପ୍ଲାଷ୍ଟିକ, ସିମେଣ୍ଟ, କେମିକାଲ ଓ ଫୁଡ୍ ପ୍ରସେସିଂ ଶିଳ୍ପ ସାମିଲ ରହିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏହି ସୂଚନା ଦେଇଥିଲେ । ପ୍ରଥମ ପ୍ରକଳ୍ପ ଭାବେରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ୧୫ ଏମ୍‌ଟିପିିଏ କ୍ଷମତା ବିଶିଷ୍ଟ ବେନିଫିକେଶନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏମଏସ୍ ଆମାଲଗମ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ୮୮୨ କୋଟି ଟଙ୍କା ବିନିଯୋଗ କରି ଦୁଇ ପର୍ଯ୍ୟାୟରେ ତାହାକୁ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୭୦୨ ଜଣଙ୍କୁ କର୍ମ ନିଯୁକ୍ତି ସୁବିଧା ମିଳିବ । ସେହିପରି କେନ୍ଦୁଝର ବାଂଶପାଳ ଠାରେ ଆରଡେଣ୍ଟ ଷ୍ଟିଲ ଲିମିଟେଡ୍ ୮୦.୫ କୋଟି ଟଙ୍କା ବିନିଯୋଗ କରି ୩ ଏମ୍‌ଟିପିଏ ଆଇରନ ଓର ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ଏବଂ ୩ ଏମ୍‌ଟିପିଏ ସ୍ଲରି ପାଇପ୍ ଲାଇନ ପ୍ରକଳ୍ପ କରିବ । ଏଥିରେ ୬୦ ଲୋକ ପ୍ରତ୍ୟେକ୍ଷ ଭାବେ କର୍ମନିଯୁକ୍ତି ପାଇପାରିବେ । 
 ଏମ୍‌ଏସ୍ ସେଫ୍ ଲାନ୍‌ସେଟ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ବିନିଯୋଗ କରି ବ୍ଲେଡ୍ ଉତ୍ପାଦନ କରିବ । ତାହା ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ । ଏଥିଯୋଗୁଁ ୬୦୦ ଲୋକ ନୁଯୁକ୍ତି ସୁଯୋଗ ପାଇବେ । କମ୍ପାନୀର ବାର୍ଷିକ ଉତ୍ପାଦନ ୪୫ କୋଟି ‘ସେଭିଂ ରେଜର’ ହେବ ବୋଲି ଆକଳନ କରାଯାଇଛି । ଏମ୍‌ଏସ୍ ଏପ୍‌ସିଲନ କାର୍ବନ ଅଶୋକା ପ୍ରା.ଲିଃ ୯୦୦ କୋଟି ଟଙ୍କା ବିନିଯୋଗ କରି ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଏକ ୮,୭୫,୦୦୦ ଏମ୍‌ଟିପିଏ କ୍ଷମତା ସମ୍ପନ୍ନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିରେ ୩୩୮ଙ୍କୁ ନିଯୁକ୍ତି ମିଳିପାରିବ । 
 ଓରିଏଣ୍ଟ ପେପର ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୧୬୨ କୋଟି ବିନିଯୋଗ କରି ଝାରୁଗୁଡ଼ା ବ୍ରଜରାଜନଗରରେ ୧୨୦ ଟିପିଡି କ୍ଲୋରୋ-ଆଲ୍‌କାଲି କମ୍କେ୍‌କ୍ସ ପ୍ରତିଷ୍ଠା କରିବ । ଏଥିରେ ବି ୩୩୮ ଲୋକ କର୍ମ ନିଯୁକ୍ତି ସୁଯୋଗ ପାଇବେ । ଏମ୍‌ଏସ୍ କୋଷ୍ଟାଲ ବାଓଟେକ୍ ପ୍ରା. ଲିଃ ୨୦୦ କୋଟି ବିନିଯୋଗ କରି ଗଜପତିରେ ଇଥାନଲ ପ୍ଲ୍‌ାଣ୍ଟ ପ୍ରତିଷ୍ଠା କରୁଥିଲାବେଳେ ରାମକୀ ଏନଭୋ ଇଞ୍ଜିନିୟରିଂ ଲିମିଟେଡ୍ ୧୨୮.୮୦ କୋଟି ଟଙ୍କା ବ୍ୟୟରେ ରାୟଗଡ଼ାରେ ୱେଷ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ସେହିପରି ଏମ୍‌ଏସ୍ ହିଲ୍ ଲିମିଟେଡ୍ କମ୍ପାନୀ ବାଲେଶ୍ୱରରେ ୬୩.୨୪ କୋଟି ବିନିଯୋଗ କରି ଏଏସି ବ୍ଲକ୍ ଓ ସିମେଣ୍ଟ ସାଣ୍ଡୱିଚ୍ ପ୍ୟାନେଲ ପ୍ରତିଷ୍ଠା କରିବ । ଉପରୋକ୍ତ ତିନି ପ୍ରକଳ୍ପରେ ଯଥାକ୍ରମେ ୪୦୦,୫୦ ଓ ୨୬୫ ଲୋକ କର୍ମ ନିଯୁକ୍ତି ସୁଯୋଗ ପାଇବେ । ଶେଷରେ ସେଞ୍ଜୁରୀ ଫାଇବର ପ୍ଲେଟ୍‌ସ୍ ପ୍ରା. ଲିଃ ୫୪ କୋଟି ବିନିଯୋଗ କରି ଖୋର୍ଦ୍ଧାରେ ଫାଇବର ପ୍ଲେଟ୍‌ସ୍ ଉତ୍ପାଦନ କରିବ । ଅନ୍ୟପକ୍ଷରେ୨୫୦ ଲୋକ କର୍ମ ନିଯୁକ୍ତି ପାଇପାରିବେ । 
 ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ, ଅନୁମୋଦିତ ୯ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ । ପ୍ରକଳ୍ପଗୁଡ଼ିକ ଇପିକଲ ଅଧିନରେ ରହି କାର୍ଯ୍ୟ କରିବେ ।

Leave A Reply

Your email address will not be published.