ସାମ୍ବାଦିକ, କ୍ୟାମେରାମ୍ୟାନଙ୍କୁ ସ୍କୁଲ ପ୍ରବେଶ ମନା

0
  • ପ୍ରକାଶିତ ଵିଜ୍ଞପ୍ତି ନେଇ ବିବାଦ
  • ଭୁବନେଶ୍ୱର,//TATKAL ODISHA//

ପ୍ରଥମେ ଲୋକସେବା ଭବନ, ପରେ ଜିଲ୍ଲା କାର୍ଯ୍ୟାଳୟ ଓ ଏବେସ୍କୁଲ ପ୍ରବେଶକୁ ବାରଣ I ବିନାନୁମତିରେ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ ପ୍ରବେଶ କଲେ ପୋଲିସ ଦ୍ୱାରା ଗିରଫ ହେବେ I ଏପରିକି ସ୍କୁଲ ହେଡମାଷ୍ଟର ଏହାର ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

 ରାଜ୍ୟ  ଗଣଶିକ୍ଷା ବିଭାଗ ଏଭଳି  ବିଜ୍ଞପ୍ତି ପ୍ରକାଶ କରିଛି I ଏହି ନିର୍ଦେଶନାମା ଆଧାରରେ  ସବୁ  ବିଇଓ  ସବୁ ସ୍କୁଲ ହେଡମାଷ୍ଟରକୁ ଚିଠି ଦେଇ ନିର୍ଦେଶ ମାନିବାକୁ କହିଛନ୍ତି I ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବିଇଓଙ୍କ ଚିଠି ଭାଇରାଲ ହେବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି I

କଙ୍କଡ଼ାହାଡ଼ ବ୍ଲକ ବିଇଓ ସ୍କୁଲ ହେଡମାଷ୍ଟରକୁ ଦେଇଥିବା ଚିଠି

ସମ୍ପୃକ୍ତ ବିଇଓ ଚିଠିରେ ଦର୍ଶାଇଛନ୍ତି ଯେ, ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ ସ୍କୁଲ ପରିସରକୁ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି I ସେମାନେ ଯିବା ଦ୍ୱାରା ସ୍କୁଲ ବଦନାମ ହେବା ସହ ନାନା ସମସ୍ୟା ଦେଖାଦେଇଛି I

ଉଲ୍ଲେଖନୀୟ ଯେ, କାମାକ୍ଷାନଗରରେ  ଏକ ସ୍କୁଲରେ  ଶିକ୍ଷକ ଓ  ଛାତ୍ର ଛାତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ଯାଇ କିଛି ପ୍ରଶ୍ନ ପଚାରି ଅଡୁଆରେ ପକାଇଥିଲେ I  ସ୍କୁଲର ଶିକ୍ଷକ କିଛି ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ I ଏପରିକି ଅଷ୍ଟମ ଶ୍ରେଣୀ ପିଲାମାନେ ବି ତୃତୀୟ ଶ୍ରେଣୀର ପାଠ କହିପାରି ନ ଥିଲେ I ଶିକ୍ଷକଙ୍କ ଯୋଗ୍ୟତା ପଦାରେ ପଢ଼ିବା ପରେ ସାମ୍ବାଦିକ ପ୍ରତି କଟକଣା ଲାଗୁ ହୋଇଥିବା କୁହାଯାଉଛି I 

Leave A Reply

Your email address will not be published.