ସାମ୍ବାଦିକଙ୍କୁ ଦିଅ ପ୍ରୋଟେକ୍ସନ ଓ ପେନସନ

0
  • ପ୍ରତିଷ୍ଠା ଦିବସରେ ଦାବି ଦୋହରାଇଲା ଓୟୁଜେ

     
    ଭୁବନେଶ୍ୱର,୨୨ା୧୨/ଏନ୍‌ଏନ୍‌ଏସ୍‌:
    କାର୍ଯ୍ୟରତ ସାମ୍ବାଦିକଙ୍କୁ ପ୍ରୋଟେକ୍ସନ, ଅବସରଙ୍କୁ ପେନସନ ଦିଅ । ୨୬ତମ ଦ୍ୱିବାର୍ଷିକ ସମ୍ମିଳନୀ ଓ ପ୍ରତିଷ୍ଠା ଦିବସରେ ଏହି ଦାବି କରିଛି ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) । ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ସମ୍ପର୍କର ସେତୁ ଭାବେ କାର୍ଯ୍ୟକରି ଆସୁଥିବା ବେଳେ ଜନମତ ଜାଗ୍ରତ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି ।
     ଶୁକ୍ରବାର ସ୍ଥାନୀୟ ଜୟଦେବ ଭବନ ଠାରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଲେ ଯେ, ଗଣତନ୍ତ୍ରର ୪ଟି ଯାକ ସ୍ତମ୍ବ ପରସ୍ପର ନିର୍ଭରଶିଳ ହୋଇଥିବା ବେଳେ ସବୁଠାରୁ ଶକ୍ତିଶାଳୀ ଚତୁର୍ଥ ସ୍ତମ୍ବର ଭୂମିକା ନିଆରା ଓ ସ୍ୱତନ୍ତ୍ର । ଏହି ପରିପେକ୍ଷିରେ ସାମ୍ବାଦକମାନଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଓୟୁଜେର ପ୍ରମୁଖ ଭୂମିକା ରହିଛି । ସାମ୍ବାଦିକମାନଙ୍କ ଲାଗି ୟୁନିଅନ୍ ପକ୍ଷରୁ ଉଠାଯାଇଥିବା ପେନସନ ଓ ପ୍ରୋଟେସନ୍ ଦାବିର ଯଥାର୍ଥତା ରହିଛି । ଏ ଦିଗରେ ତାଙ୍କ କାର୍ଯ୍ୟ ପରିସର ମଧ୍ୟରେ ଯାହା ସମ୍ଭବ ତାହା କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ।
     ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୃଷାରକାନ୍ତି ବେହେରା ଓୟୁଜେର ଦାବି ବାବଦରେ ସରକାର ସମ୍ପୂର୍ଣ୍ଣ ସଚେତନ ଅଛନ୍ତି । ଏ ବାବଦରେ ଅନୁକୂଳ ନିଷ୍ପତ୍ତି ନିଆଯିବ । ବିଶେଷ ଅତିଥି ଭାବେ ଯୋଗଦେଇ ଏନୟୁଜେ (ଆଇ)ର ସର୍ବଭାରତୀୟ ସଭାପତି ରାସ ବିହାରୀ ସାମ୍ବାଦିକଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ବିଭିନ୍ନ ରାଜ୍ୟରେ ପ୍ରତ୍ୟାହାର କରି ନିଆଯାଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପେନ୍‌ସନ ଓ ପ୍ରୋଟେସନ୍ ଦାବିକୁ ୟୁନିଅନ୍ ଜୋର୍‌ଦାର କରିବ ବୋଲି ଉଲ୍ଲେଖ କରିଥଲେ । ଅନ୍ୟତମ ଅତିଥି ବିଧାୟକ ସୁରେଶ ଚନ୍ଦ୍ର ରାଉତ ରାୟ, ବିଧାୟକ ଅନନ୍ତ କୁମାର ଜେନା ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ ଓୟୁଜେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି ଓ ୟୁନିଅନ ଉଠାଇଥିବା ଦାବି ଯଥାର୍ଥ ବୋଲି ମତବ୍ୟକ୍ତ କରିଥିଲେ ।
    ପ୍ରାରମ୍ଭରେ ବରିଷ୍ଟ ସାମ୍ବାଦିକ ଅକ୍ଷୟ ସାହୁ ସ୍ୱାଗତ ଭାଷଣ ଓ ସାଧାରଣ ସଂପାଦକ ଅଶୋକ ନନ୍ଦ ଧନ୍ୟବାଦ ଦେଇ ଥିଲେ । ଏହି ଅବସରରେ ୟୁନିଅନ ପକ୍ଷରୁ ଦୁଇ ଜଣ ପ୍ରତିଷ୍ଟାତା ସଦସ୍ୟ ଶେଷ ଦେବ ମିଶ୍ର ଓ ହଳଧର ଧୀରଙ୍କ ସମେତ ଚୌଧୁରୀ ଅମିତାବ ଦାସ, ଥବିର ସାମଲ, ସ୍ୱାତୀ ଜେନା, ଶୁଭଦର୍ଶିନୀ ମିଶ୍ର, ଜଗଦୀଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ନବୀନ ଚନ୍ଦ୍ର ସାହୁ, ସରୋଜ ମଲ୍କିକଙ୍କୁ ‘ଓୟୁଜେ ମିଡ଼ିଆ ଆୱାର୍ଡ-୨୦୨୩’ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.