ସାମ୍ବାଦିକଙ୍କୁ କରୋନା: ଟେନସନରେ ସମସ୍ତେ
ଦୁଇ ମୃତକ ସାମ୍ବାଦିକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ 15 ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର,(ତତ୍କାଳ ଓଡିଶା ବ୍ୟୁରୋ): ମହାମାରୀ କରୋନା ତାର ତାଣ୍ଡବ ରଚି ଚାଲିଥିଲାବେଳେ ସେଥିରୁ ସାମ୍ବାଦିକମାନେ ମୁକୁଳି ପାରି ନାହାନ୍ତି I ଓଡ଼ିଶାର ଗଞ୍ଜାମ, ଗଜପତି ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ଜଣେ ପରେ ଜଣେ ସାମ୍ବାଦିକ ଓ ଫଟୋଗ୍ରାଫର କରୋନାରେ ଆକ୍ରାନ୍ତ ହୋଇଛନ୍ତି I ଅନ୍ୟ ପକ୍ଷରେ ଗଂଜାମ ଓ ଗଜପତିରେ କାରନାରେ ମୃତ୍ୟୁ ବରଣ କରିଥିବା ଦୁଇ ସାମ୍ବାଦିକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 15 ଲକ୍ଷ ଟଙ୍କା କରି କ୍ଷତି ପୂରଣ ଦେଇଛନ୍ତି I
ଦେଖନ୍ତୁ ସ୍ଥିତି କଣ?
ରାଜ୍ୟର ଏକ ପ୍ରମୁଖ ପୁରୁଣା ଦୈନିକ ଖବରକାଗଜର ୩ ଜଣ ଭୁବନେଶ୍ୱର କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ଭିତରେ ଜଣେ ସୁରକ୍ଷା କର୍ମୀ ଅଛନ୍ତି। ସେହିଭଳି ମଞ୍ଚେଶ୍ୱରରୁ ପ୍ରକାଶ ପାଉଥିବା ଆଉ ଏକ ଦୈନିକ ଖବର କାଗଜରେ ଜଣେ ଫଟୋ ସାମ୍ବାଦିକ ମଧ୍ୟ ପଜିଟିଭ ଆସିଥିବା ଜଣାପଡିଛି।
ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପୁରୁଣା ଦୈନିକ ଖବରକାଗଜ ଅଫିସକୁ ସିଲ କରିବା ସହ ସବୁ ଆକ୍ରାନ୍ତଙ୍କୁ କ୍ଵାରାଣ୍ଟୀନରେ ରଖା ଯାଇଛି I ଚିକିତ୍ସା ଚାଲିଛି I
Hon’ble CM Shri Naveen Patnaik sanctioned ex-gratia of Rs.15 lakhs each to families of two journalists, Late Shri Priyadarshi Pattnaik of Samaja, Ganjam & Late Shri K. Ch. Ratnam of (News Today Pvt. Ltd.) Gajapati. I thank Hon’ble CM for supporting their families. @CMO_Odisha