ସାମାଜିକ, ଭାବାତ୍ମକ ଶିକ୍ଷା: ଯୁନେସ୍କୋ ସହ KiiT-KiSSର ଏମଓୟୁ

0
  • ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ କିଟ୍‍ ବିଶ୍ୱବିଦ୍ୟାଳୟ ଓ କିସ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ପ୍ରଥମ :ସାମନ୍ତ  
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODHISHA//


ସାମାଜିକ ଓ ଭାବାତ୍ମକ ଶିକ୍ଷା ଉପରେ ଅନ୍‍ଲାଇନ୍‍ ପାଠ୍ୟକ୍ରମ ସକାଶେ କିଟ୍‍-କିସ୍‍ ଓ ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏଜୁକେସନ୍‍ ଫର ପିସ୍‍ ଆଣ୍ଡ ସଷ୍ଟେନେବଲ୍‍ ଡେଭେଲମେଣ୍ଟ (ଏମ୍‍ଜିଆଇପି) ମଧ୍ୟରେ ଗୁରୁବାର ମିଳିତ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ, କିସ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ ଏବଂ ୟୁନେସ୍କୋ ଏମ୍‍ଜିଆଇପିର ନିର୍ଦ୍ଦେଶକ ଡ. ଅନନ୍ତ ଦୁରିଆପ୍ପାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

କିଟ୍‍ ଓ କିସ୍‍ର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଏମ୍‍ଜିଆଇପି ଅନଲାଇନରେ ସହାନୁଭୂତି ଓ ମାନବିକତା ପାଇଁ ସ୍ୱନିର୍ଦ୍ଦେଶିତ ଭାବାତ୍ମକ ଉପରେ ଶିକ୍ଷା ପ୍ରଦାନ କରିବ । ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ କିଟ୍‍ ବିଶ୍ୱବିଦ୍ୟାଳୟ ଓ କିସ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ପ୍ରଥମ ।      ପାଠ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ମଧ୍ୟ ଅନୁମୋଦନ କରିଛି । ୩ଟି ପର୍ଯ୍ୟାୟରେ ୧୦ଟି କୌଶଳ ଉପରେ ୪୦ ଘଣ୍ଟାର ପାଠ୍ୟକ୍ରମ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୟୁନେସ୍କା ଏମ୍‍ଜିଆଇପିର ନିର୍ଦ୍ଦେଶକ ଡ. ଦୁରିଆପ୍ପା କହିଲେ, କିସ୍‍ ହେଉଛି କିଟ୍‍ ମାନବିକତାର ଦର୍ପଣ ।

କିଟ୍‍ ଓ କିସ୍‍ ଦୟା ଓ ମାନବିକତା ଉପରେ ପର୍ଯ୍ୟବେସିତ ଆର୍ଟ ଅଫ୍‍ ଗିଭିଂ, କନ୍ୟା କିରଣ, କଳିଙ୍ଗ ଫେଲୋସିପ, ନୂଆ ମନ ନୂଆ ସପନ, ଓଡ଼ିଶା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ କରିବା ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ବିଶ୍ୱ ମହାମାରୀ ସମୟରେ ମଧ୍ୟ ଗରିବ ଓ ନିସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ କିଟ୍‍ ଓ କିସ୍‍ ଦୟା ଓ ମାନବିକତାର ନିଦର୍ଶନ ଦେଖାଇଛନ୍ତି ବୋଲି ସେ କହିଥିଲେ । ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ କରିବା ମୁଁ ଦେଖିନାହିଁ ବୋଲି ଡ. ଦୁରିଆପ୍ପା କହିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ଉଭୟ ଅନୁଷ୍ଠାନ ସହାନୁଭୂତି, ଦୟା ଓ ମାନବିକତା ମୂଲ୍ୟବୋଧ ଉପରେ ଗଢ଼ି ଉଠିଛି ।

ୟୁନେସ୍କୋ ଏମ୍‍ଜିଆଇପି ସହଯୋଗରେ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଭାବାବେଗ ସଶକ୍ତ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ୟୁନେସ୍କୋ ଏମ୍‍ଜିଆଇପି ଏଥିପାଇଁ ୧ ହଜାର ଫାକଲ୍‍ଟି ଏବଂ କର୍ମଚାରୀ ଓ ୧୧ ହଜାର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‍ ଶିକ୍ଷା ପ୍ରଦାନ ବୋଲି କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଶ୍ରୀ ତ୍ରିପାଠୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରେ ଅବସ୍ଥିତ ଜାତିସଂଘ ଓ ଅନେକ ଦୂତାବାସର ପ୍ରତିନିଧି ଯୋଗଦେଇଥିଲେ ।

ୟୁନେସ୍କୋ ଏମ୍‍ଜିଆଇପି ଓ ଆମେରିକାର ଲାଇଫ୍‍ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହି ପାଠ୍ୟକ୍ରମକୁ ବିକଶିତ କରିଛନ୍ତି । ୪୦ଘଣ୍ଟାର ଏହି ପାଠ୍ୟକ୍ରମ ଶେଷ କରୁଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ୟୁନେସ୍କୋ ଏମ୍‍ଜିଆଇପି ଓ ଆମେରିକାର ଲାଇଫ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରାଯିବ ।

Leave A Reply

Your email address will not be published.