ସସ୍ମିତ, ସୁଲତା, ନିରଂଜନ ଓ ମାନସ ରାଜ୍ୟସଭା ପ୍ରାର୍ଥୀ

0
  • ଘୋଷଣା କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର//TATKAL ODISHA//

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଦିନ ହିଁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ।

ଖାଲିଥିବା ମୋଟ ୪ ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି...

ସେମାନେ ହେଉଛନ୍ତି…

  • ଡ଼ଃ ସସ୍ମିତ ପାତ୍ର
  • ସୁଲତା ଦେଓ ,
  • ନିରଂଜନ ବିଶି
  • ମାନସ ମଙ୍ଗରାଜ
  • ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ , ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ସହ ସୁବାସ ସିଂ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ଏହି ଚାରି ଆସନ ବିଜେଡି ଅକ୍ତିଆର କରିବ ବୋଲି ଦାବି କରିଛି I

TATKAL ODISHA ପୂର୍ବାନୁମାନ 89% ସତ

***************************************************

ଆମେ ଯେଉଁ ତିନି ଜଣ ପ୍ରାର୍ଥୀ ନାଁ ଦେଇଥିଲୁ ସେଥିରୁ ସନ୍ତୋଷ ଅମାତଙ୍କ ନାମ ଛାଡ଼ି ଦେଲେ ବାକି ଦୁଇ ଜଣ ଡ଼ଃ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କ ନାଁ ସତ ହୋଇଛି I

  • ଦେଖନ୍ତୁ କଣ ରିପୋର୍ଟ ଦେଇଥିଲୁ ..

// ଚର୍ଚ୍ଚାରେ //
ସସ୍ମିତ,ଅମାତ,ମାନସଙ୍କୁ ରାଜ୍ୟସଭା ମୁକୁଟ ?

ସସ୍ମିତ,ଅମାତ,ମାନସଙ୍କୁ ରାଜ୍ୟସଭା ମୁକୁଟ ?

Leave A Reply

Your email address will not be published.