ସରକାର କଠୋର: ଶ୍ରୀମନ୍ଦିର ସେବାୟଙ୍କୁ କୈଫିୟତ ତଳବ

0

ପୁରୀ, ଭୁବନେଶ୍ୱର, //TATKAL ODISHA// :

 ଶେଷରେ କଠୋର ହେଲେ ରାଜ୍ୟ ସରକାର I ଦିଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଇ ସବୁ ଆଡୁ ଷଣ୍ଡୁଆସି ଆକ୍ରମଣରେ ଶିକାର ହୋଇଥିବା ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ କୈଫିୟତ୍ ତଲବ କରିଛି। ସାତ ଦିନ ଭିତରେ ସନ୍ତୋଷ ଜନକ ଉତ୍ତର ନ ଦେଲେ  ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର “ଦାରୁଘର”ରେ ସଂରକ୍ଷିତ ରହିବାର ବିଧି ରହିଛି । ଶ୍ରୀଜୀଉଙ୍କ  ବ୍ୟବହାରରେ ତାହା ଲାଗେ। ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ  ରାମଚନ୍ଦ୍ର ଦାସ ମହାପାତ୍ର ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି  ଦୀଘା ମନ୍ଦିରକୁ ପ୍ରଦାନ କରିଥିବା କଥା ବଙ୍ଗୀୟ ଗଣମାଧ୍ୟମକୁ କହିବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ ପୁଣି ସାଂସଦ ଡା ସମ୍ବିତ ପାତ୍ର କହିଛନ୍ତି ଯେ, “ସବୁଠି ଜଗନ୍ନାଥ ମନ୍ଦିର ହେଉଛି, ଦୀଘରେ ବି ହେଲା କିଛି ସମସ୍ୟା ନାହିଁ I ମାତ୍ର କ୍ଷେତ୍ରର ନାମ ‘ଜଗନ୍ନାଥ ଧାମ’ ରଖିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ I ସେଥିପାଇଁ ମୁଁ ତୀବ୍ର ପ୍ରତିବାଦ କରୁଛି I”

    ଦିଘା ଉପରେ ଏଭଳି ମତ ଦେଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ସେ କହିଛନ୍ତି ଯେ, ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ଜଗନ୍ନାଥ ଧାମ ପୁରୀ। ସାରା ବିଶ୍ବରେ ଗୋଟିଏ ଜଗନ୍ନାଥ ଧାମ ହେଉଛି ଜଗନ୍ନାଥ ଧାମ। ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବନାହିଁ।   ଦୀଘାରେ ଜଗନ୍ନାଥ ମନ୍ଦିର କଲେ କିଛି ସମସ୍ୟା ନାହିଁ I ମାତ୍ର ଜଗନ୍ନାଥ ଧାମ ଇପାରିବ ନାହିଁ। 

Leave A Reply

Your email address will not be published.