ସମାଜ ସେବା ଉପରେ ଗବେଷଣା ପାଇଁ ଚଣ୍ଡେଶ୍ୱର ଜୟସିଂହଙ୍କୁ ଡକ୍ଟରେଟ
ଭୁବନେଶ୍ୱର //TATKAL ODISHA //
ଉତ୍କୃଷ୍ଟ ସେବା ଏବଂ ସମାଜ ପାଇଁ ଅହେତୁକ ଅବଦାନ ପାଇଁ ଆମେରିକାନ ମ୍ୟାନେଜମେଣ୍ଟ ୟନଭରସିଟି ତରଫରୁ ଓଡ଼ିଶାର ବିଶିଷ୍ଟ ସମାଜସେବୀ ତଥା ଯୁବଜ୍ୟୋତି ଯୁବକ ସଂଘ ର ପ୍ରତିଷ୍ଠାତା ଚଣ୍ଡେଶ୍ୱର ଜୟସିଂହଙ୍କୁ ସମ୍ମାନ ଜନକ ଡକ୍ଟରେଟ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଶ୍ରୀ ଜୟସିଂହ କହିଛନ୍ତି ଯେ, ସମାଜ ସେବାକୁ ସେ ନିଜର ବ୍ରତ ଭାବି ୧୯୯୭ ମସିହାରୁ ସମାଜ ସେବା ଆରମ୍ଭ କରି ସମାଜର ଦଳିତ ଅବହେଳିତ, ଅସହାୟ ଏବଂ ଦିବ୍ୟାଙ୍ଗ ମାନଙ୍କ ସେବାକୁ ନିଜର ବ୍ରତ ଭାବି ଆଗେଇ ଚାଲିବା ସହ ଆଗାମୀ ଦିନରେ ଓଡ଼ିଶା ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମାଜ ମଙ୍ଗଳରେ ନିୟୋଜିତ ହେବେ।
ଏହି ସମ୍ମାନ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ମିଳିଛି I