ସନ୍ଧ୍ୟା ସାଢ଼େ 8ରୁ ସାଢ଼େ 9: ବନ୍ଦ କର ବିଦ୍ୟୁତ

0
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ

ଭୁବନେଶ୍ୱର//TATKAL ODISHA//

ଶନିବାର “ବିଶ୍ୱ ଦିବସ” ଉପଲକ୍ଷେ ସନ୍ଧ୍ୟା ସାଢ଼େ 8ରୁ ସାଢ଼େ 9 ଯାଏ ସବୁ ଘରେ ବିଦ୍ୟୁତ ଆଲୋକ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଅପିଲ କରିଛନ୍ତି I

ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଶକ୍ତି ସଂଚୟ ଓ ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ 26 ତାରିଖରେ ଗୋଟିଏ ଘଣ୍ଟା ପାଇଁ ଆଲୋକ ବନ୍ଦ କରି ଅନ୍ଧାରରେ ରହିବାକୁ ପଡିଥାଏ I

ଚଳିତ ବର୍ଷ ବି ତାହା କରିବାକୁ ପଡ଼ିବ I ଓଡ଼ିଆ ଲୋକେ ଏହାକୁ ଗୁରୁତ୍ବ ଦେଇ ସନ୍ଧ୍ୟା ସାଢ଼େ 8ରୁ ସାଢ଼େ 9 ଯାଏ ନିଜ ଘରେ ଆଲୋକ ବନ୍ଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି I

Leave A Reply

Your email address will not be published.