ସନ୍ତୋଷ କୁମାର ସେଠୀଙ୍କ ନୂଆ ଗପ-‘ପରିବର୍ତ୍ତନ’

0

ପରିବର୍ତ୍ତନ

   ପବିତ୍ର ଓଁକାର ଶବ୍ଦରେ ନିଦ ଭାଂଗିଗଲା ଅନାମିକାର। ଘଣ୍ଟାକୁ ଚାହିଁଲା ସାଢେ଼। ଚାରିଆଡ଼େ ଆଖି ପହଁରେଇ ଆଣି ଚମକି ପଡ଼ିଲା ସେ। କୋଉଠି ସେ ? 

-ଏଇଟା ତ ତାଙ୍କ ଘର ଭଳି ଲାଗୁନି। 
- ଧଡପଡ ହୋଇ ଉଠୁ ଉଠୁ ମନେ ପଡ଼ିଲା ଏଇଟା ଅନୁପମାର ଘର। 
- ଅନୁପମା ତା ପିଲା ଦିନର ସାଙ୍ଗ। 

ସିଦ୍ଧାନ୍ତ ଓ ସେ କାଲି ଦେବଗଡ଼ରୁ କଟକ ଆସିଥିଲେ ମେଡିକାଲ ଚେକ୍ ଅପ୍ ପାଇଁ। ସିଦ୍ଧାନ୍ତଙ୍କର ଅଣ୍ଟା ସମସ୍ୟା, ତାର ଗ୍ୟାସ ସମସ୍ୟା। ଡାକ୍ତର ଗୁଡ଼ିଏ ପରୀକ୍ଷା ପାଇଁ ଲେଖିଥିବାରୁ ରିପୋର୍ଟ ଆସିବା ଡେରି ହେଲା ବାଧ୍ୟ ହୋଇ ସେମାନେ ବନ୍ଧୁ ଘରେ ବନ୍ଧା ପଡ଼ିଲେ। ଅନୁପମାର ସ୍ୱାମୀ ଅକ୍ଷର ବୋର୍ଡ ଅଫ ରେଭିନ୍ୟୁରେ ଚାକିରି କରିଛନ୍ତି। ଅନୁପମା ଗୃହିଣୀ।

ଅନାମିକା ଓ ସିଦ୍ଧାନ୍ତ ଉଭୟ ଲେକଚରର। ଗୋଟିଏ ପୁଅ ଓ ଗୋଟିଏ ଝିଅ କୁ ନେଇ ସଂସାର। ତେବେ ସ୍ୱାସ୍ଥ୍ୟ ସମସ୍ୟାରେ ସମସ୍ତେ ପିଡିତ। ପୁଅ ର ମାଇଗ୍ରେନ ଓ ଝିଅର ମଧ୍ୟ ଗ୍ୟାସ୍ ପ୍ରୋବେଲ୍ମ। ତେଣୁ କଟକ ଆସି ଚିକିତ୍ସିତ ହୋଇ ଫେରି ଯାଆନ୍ତି ସେମାନେ। ଯଦିଓ ବାଲ୍ୟ ବାନ୍ଧବୀ ଅନୁପମା, କିନ୍ତୁ କେବେ ତା ଘରକୁ ଆସିବାର ସୁଯୋଗ ମିଳି ନ ଥିଲା। କ’ଣ କରିବା ସମସ୍ୟା ରେ ପଡ଼ି ଆସିଲେ ସେମାନେ। ଅନୁପମା ର ଦୁଇଟି ଝିଅ , ବିଧବା ଶାଶୁ। କାଲି ପରିଚୟ କଲା ବେଳେ ଶାଶୁ କଲ୍ୟାଣ କଲେ, ଭଲ ମନ୍ଦ ପଚାରିଲେ। ଶାଶୁ,ଶଶୁର ଙ୍କ କଥା ମଧ୍ୟ ପଚାରିଲେ। ଅନାମିକା ଅପ୍ରସ୍ତୁତ ହୋଇଗଲା। କ’ଣ କହିବ ? ତା ଛୋଟ ପରିବାର ରେ ଶାଶୁ ଶଶୁର ଙ୍କ ସ୍ଥାନ ନାହିଁ ବୋଲି ସେମାନେ ଗାଁ ରେ ରହୁଛନ୍ତି। ସିଦ୍ଧାନ୍ତ ବି ଗୋଟିଏ ବୋଲି ପୁଅ ତାଙ୍କ ର। କେତେ ଥର ସେମାନେ ପୁଅ ବୋହୁ ଙ୍କ ସେବା ପାଇଁ ଆଗ୍ରହୀ ଥିବେ। କିନ୍ତୁ ଅନାମିକା କରିବା ପାଇଁ ଅନିଚ୍ଛୁକ। ତେଣୁ ଅନୁପମା ର ଶାଶୁ ଙ୍କ ପ୍ରଶ୍ନ କୁ ଏଡେଇ ଯାଇଥିଲା ସେ।

ଓଁକାର ଧ୍ଵନି କୁ ଅନୁସରଣ କରି ଯାହା ଦେଖିଲା ତାଜୁବ ହେଲା ସେ। ପୁରା ପରିବାର ଛାତ ଉପରେ ଯୋଗ କରୁଛନ୍ତି। ଏପରିକି ବୁଢ଼ୀ ଶାଶୁ ମଧ୍ୟ। ଧିରେ ଫେରି ଆସି ସିଦ୍ଧାନ୍ତ କୁ ଉଠେଇଲା ସେ। କହିଲା ତାଙ୍କ ଯୋଗ କଥା। ମନେ ପକେଇଦେଲା ଶିଘ୍ର ପ୍ରସ୍ତୁତ ହୋଇ ଡାକ୍ତର ଙ୍କୁ ରିପୋର୍ଟ ଦେଖେଇବା ପାଇଁ। ଜଳଖିଆ ଟେବୁଲ୍ ରେ ସମସ୍ତ ଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା ଅନାମିକା। ତା ଘରେ ଯେଝା ରୁମ୍ ରେ ଯିଏ ଖାଇଦିଅନ୍ତି।

ଡାଇନିଂ ରେ ଏକାଠି ବସିବା କମ୍। ଏଠାରେ ସବୁ ଶୃଙ୍ଖଳିତ। ଯୋଗ ପରେ କିଏ ବଗିଚା ରେ ପାଣି ଦେଲାଣି ତ,କିଏ ଘର ଝାଡିଲାଣି । ଏପରିକି ଅକ୍ଷର ବାବୁ ପରିବା କାଟୁଥିଲେ। ଶାଶୁ ମଧ୍ୟ ଛୋଟ ମୋଟ କାମ କରୁଥିଲେ।
ସିଦ୍ଧାନ୍ତ କହନ୍ତି ପୁରୁଷ ଲୋକ ଘର କାମ କରିବା, ପରିବା କାଟିବା। ଏ ସବୁ ମାଇଚିଆ ଙ୍କ କାମ। ପିଲା ତ ଏମିତି ଯେ କିଛି କରନ୍ତି ନି। ମେଡ ସର୍ଭାଣ୍ଟ ଉପରେ ପୁରା ନିର୍ଭରଶୀଳ। ଅନୁପମା କହୁଥିଲା ସେମାନେ ସବୁ ମିଳିମିଶି କରନ୍ତି।

  • ଅକ୍ଷର ବାବୁ ଉଭୟ ଙ୍କୁ ନେଇ ହସ୍ପିଟାଲରେ ଛାଡି ଅଫିସ ଗଲେ। ତେବେ ରିପୋର୍ଟ ମିଳିଲେ ବି ସଂପୃକ୍ତ ଡାକ୍ତର ଙ୍କ ଜରୁରୀ କାମ ପାଇଁ ଅନୁପସ୍ଥିତ ରହିବାରୁ ସେମାନେ ପୁଣି ଫେରିଆସିଲେ ଅନୁପମା ଘରକୁ। ଅନୁପମା ଟିକେ ଚା ଦେଇ କହିଲା ସିଦ୍ଧାନ୍ତ ବାବୁ ଟିଭି ଦେଖୁଥାନ୍ତୁ, ଆମେ ଚାଲ ଯିବା ଶାଶୁ ଙ୍କୁ ଆଣିବାକୁ।
    ଶାଶୁ ଘରୁ କୁଆଡେ ଗଲେକି ? ହସିଲା ଅନୁପମା। ଚାଲ ଦେଖିବୁ। ସ୍କୁଟିରେ ଦୁହେଁ ସେଇ ପାଖର ଏକ ଜରାଶ୍ରମରେ ପହଂଚିଲେ। ଶାଶୁ ସେଇଠି ଅନ୍ୟ ବୟସ୍କ ମାନଙ୍କ ସହ ଖୁସି ରେ କଥା ହେଉଥିଲେ। ଶାଶୁ ଅନାମିକା କୁ ଚିହ୍ନା କରେଇଲେ ସମସ୍ତ ଙ୍କୁ। ଘରକୁ ଫେରିବା ବାଟରେ ଅନୁପମା କହିଲା ଶାଶୁ ଙ୍କୁ ତାଙ୍କ ବୟସର ଲୋକ ଙ୍କ ସହ ମିଶେଇବାକୁ ଏଠିକୁ ଆସୁ। ଏମିତି ଝିଅ ଓ ଇଏ ଚାକିରି କି ଗଲା ପରେ ମୁଁ ଏଇଠି ଏମାନଙ୍କ ସେବା କରି ଖୁସି ପାଏ।
    ଅକ୍ଷର ବାବୁ ଅଫିସ ରୁ ଫେରି ସିଦ୍ଧାନ୍ତ ବାବୁ ଙ୍କୁ ଯୋଗ ମାଧ୍ୟମରେ ରୋଗ ଭଲର ପରାମର୍ଶ ଦେଲେ। ଆମ ଯୋଗ ଗୁରୁ ମନୁଭାଇ,ଗୋପୀ ଭାଇ,ସୁବାଷ ଭାଇ ଙ୍କ ଠାରୁ ଆମେ ଏ ସବୁ ଶିଖିଛୁ। ଏ କଥା ବି କହିଲେ ଆମେ ଯେବେ ଠାରୁ ଯୋଗ କରୁଛୁ ଆମ ପରିବାରରେ କେହି ଅସୁସ୍ଥ ହେବା କମିଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ କେତୋଟି ଯୋଗ ଶିଖାଉଛି। କିଛି ଦିନ କରି ଦେଖନ୍ତୁ। ସୁସ୍ଥ ହୋଇଯିବେ। ତେବେ ଆପଣ ରହୁଥିବା ସ୍ଥାନ ରେ ମଧ୍ୟ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଅଛି। ଚାହିଁଲେ ସାହାଯ୍ୟ ନେଇପାରିବେ। ହଁ ଆମ ଘରେ ପ୍ରତ୍ୟେକ ପ୍ରତ୍ୟେକ ଙ୍କୁ ସାହାଯ୍ୟ କରନ୍ତି। ଅନୁପମା ଗୃହିଣୀ ସିନା ହେଲେ ତାଙ୍କ ମାର୍ଗଦର୍ଶନ ହିଁ ଆମ ପରିବାର କୁ ସୁଦୃଢ କରିଛି। ମୋଟ ଉପରେ ସମୟାନୁବର୍ତ୍ତିତା, ଯୋଗ, ପ୍ରାଣାୟାମ,ଆଚାର, ବ୍ୟବହାର ଓ ଶୃଙ୍ଖଳା ଆମକୁ ଭଲରେ ରଖିଛି। ଦିନକର ପରେ ଡାକ୍ତର ଦେଖେଇ ପୁଳେ ଔଷଧ ଧରି ସେମାନେ ଫେରିଲେ।
    ୟା ଭିତରେ କଟିଗଲାଣି ଛ ମାସ। ଅନାମିକା ପୁଅର କ’ଣ ଗୋଟେ ପୂଜା ପାଇଁ ସମସ୍ତ ଙ୍କୁ ନେଇ ଯିବା ପାଇଁ ରାଣ ନିୟମ ପକେଇ ସିଦ୍ଧାନ୍ତ ଦମ୍ପତି ବାରମ୍ବାର ଅନୁରୋଧ କରିଛନ୍ତି। ସେଠାରେ ପହଁଚି ଆଶ୍ଚର୍ଯ୍ୟ ହେଲେ ଅନୁପମା ପରିବାର। ପୂଜା ନୁହେଁ ଖାସ୍ ସେମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିବାକୁ ଏ ବ୍ୟବସ୍ଥା। ଅନାମିକା ର ଶାଶୁ ଶଶୁର ମଧ୍ୟ ସେମାନଙ୍କ ସହ।ପୁରା ପରିବାର ର ଖୁସିର ମନ୍ତ ତୁମେ ଆମକୁ ଦେଇଛ। ଆଜି ଆମେ ଏତେ ଆନନ୍ଦିତ ଯେ ପ୍ରକାଶ ର ଭାଷା ନାହିଁ। ଆପଣଙ୍କ ସହ କଟେଇଥିବା ସେହି ଦୁଇଟି ରାତି ଆମକୁ ଯେଉଁ ଦିଗଦର୍ଶନ ଦେଲା ତାହାହିଁ ଆମ ଜୀବନ ଶୈଳୀ ର ପରିବର୍ତନ ପାଇଁ ଦାୟୀ। ଆମେ ଗୋଟିଏ ଘରେ ଥିଲେ ବି କାହାର କାହା ସହ ଯେମିତି ସଂପର୍କ ନ ଥିଲା। ଦେଖନ୍ତୁ ଆମ ବାପା ମା ମଧ୍ୟ କେତେ ଖୁସି ! ସେବେଠାରୁ ଆଉ ଅସୁସ୍ଥ ବି ହୋଇନୁ, ନିଜ କାମ ନିଜେ କରୁଛୁ। ବାସ୍ତବ ରେ ଆପଣଙ୍କୁ ଡକେଇବାର ଉଦ୍ଦେଶ୍ୟ ଗୁରୁ ପୂଜନ। ଆପଣ ହିଁ ଆମ ଗୁରୁ, ପ୍ରେରଣାଦାତା, ମାର୍ଗଦର୍ଶକ। ସିଦ୍ଧାନ୍ତ ଙ୍କ ବାପା ମା ଅନୁପମା ର ଶାଶୁ ଙ୍କ ସହ ବେଶ୍ ଗପ କରି ପୁଅ ବୋହୁ ଙ୍କ ର ପ୍ରଶଂସା କରୁଥିଲେ। ପିଲା ମାନେ ମଧ୍ୟ ବେଶ୍ ଶୃଙ୍ଖଳିତ ଲାଗୁଥିଲେ।
    ପରସ୍ପରକୁ ଜାବୁଡ଼ି ଧରି ବନ୍ଧୁ ବାନ୍ଧବୀ ଅବ୍ୟକ୍ତ ଖୁସି ବାଣ୍ଟୁଥିଲେ।
  • ସନ୍ତୋଷ କୁମାର ସେଠୀ,ପୁରୀ
    ୯୪୩୭୩୦୨୬୧୮

Leave A Reply

Your email address will not be published.