ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ: 18ରେ ରେଳ ରୋକ
- ଫେବୃଆରୀ 18ରେ ମଧ୍ୟାହ୍ନ 12ଘଣ୍ଟାରୁ ଅପରାହ୍ନ 4ଘଣ୍ଟା ପର୍ଯ୍ୟନ୍ତ ଓଡିଶା ସମେତ ସାରା ଦେଶରେ ରେଳ ରୋକ ହେବ
ଭୁବନେଶ୍ୱର,(ତତ୍କାଳଓଡିଶା):
ସର୍ବଭାରତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ରବିବାର ସନ୍ଧ୍ୟାରେ ରାଜ୍ୟବ୍ୟାପୀ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି I ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ମଶାଲ ପଟୁଆର ବାହାରି ରାଜମହଲ ଛକ ଦେଇ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ପହଞ୍ଚିଥିଲା I ଫେବୃଆରୀ 18ରେ ମଧ୍ୟାହ୍ନ 12ଘଣ୍ଟାରୁ ଅପରାହ୍ନ 4ଘଣ୍ଟା ପର୍ଯ୍ୟନ୍ତ ସାରା ଦେଶରେ ଏବଂ ଓଡିଶାରେ ରେଳ ରୋକ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଘୋଷଣା କରାଯାଇଛି l
- ଓଡିଶାବାସୀଙ୍କ ସମର୍ଥନ ଲୋଡ଼ିଲା କିଷାନ ମୋର୍ଚ୍ଚା
ଓଡିଶାବାସୀ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ସଂଯୁକ୍ତ ମୋର୍ଚ୍ଚା ନିବେଦନ ଜଣାଇଛି l
କୃଷକ ବିରୋଧୀ ତିନୋଟି କୃଷି ଆଇନକୁ ରଦ୍ଦ କରିବା, ଏମଏସଏସ ପ୍ରଦାନ ପାଇଁ ଆଇନ ପ୍ରଣୟନ କରିବା ଏବଂ କୃଷକ ଆନ୍ଦୋଳନ ଉପରେ ଦମନ ବନ୍ଦ କରିବା ପାଇଁ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି l
ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ,ଜମେଶ୍ୱର ସାମନ୍ତରାୟ,ଜଗନ୍ନାଥ ମିଶ୍ର ଜୟନ୍ତ ଦାସ,କପିଳ ମହାନ୍ତି, ମହେନ୍ଦ୍ର ପରିଡା, ବଂଶୀଧର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ଅଶୋକ ସାହୁ,ନାରାୟଣ ଡ଼ାଳୁଅ, ସମେତ ଅଭିରାମ ବେହେରା, ପ୍ରମୋଦିନୀ ସାହୁ, ସାଲ ମାର୍ଣ୍ଡି,ପ୍ରଦୀପ୍ତ ନାୟକ,ପ୍ରଭାତ ପାଣିଗ୍ରାହୀ, ଚାମ୍ବୁରୁ ସୋରେନ, ଶିବ ଶଙ୍କର ସୋରେନ,ମାନସ ପଟ୍ଟନାୟକ ମହମ୍ମଦ ସୁକୁରୁ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ l