ସଂଗୀତଜ୍ଞ ପ୍ରେମାନନ୍ଦଙ୍କ ପାଇଁ ଓଡ଼ିଶା ଗର୍ବିତ

0


– ପାକିସ୍ତାନୀ ପ୍ରଶଂସିକାଙ୍କ ଟ୍ୱିଟକୁ ନେଇ ଥମୁନି ଚର୍ଚ୍ଚା

  • ଭୁବନେଶ୍ୱର//TATKAL ODISHA//

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପୁଣି ଥରେ ଚର୍ଚ୍ଚାରେ I ଏହି ଚର୍ଚ୍ଚା ଅନ୍ୟ କୌଣସି କାରଣ ପାଇଁ ନୁହେଁ,  ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ୟବେଷିତ ତାଙ୍କ ସଙ୍ଗୀତର ଯାଦୁକୁ ନେଇ I କେବଳ ଦେଶ ଭିତରେ ନୁହେଁ ବିଦେଶରେ ବି ଢେର ଚର୍ଚ୍ଚାI

ଓଡ଼ିଶାର  ଆଦିବାସୀ କଳାସଂସ୍କୃତି ଉପରେ ପ୍ରେମାନନ୍ଦ କରିଥିବା  ଅଭିନଵ ‘ଟ୍ରାଇବଲ ଆନ୍ଥେମ’କୁ  ପ୍ରଥମେ ଆମେରିକାରେ ଜଣେ ବିଦ୍ୱାନ ପ୍ରଶଂସା କରିଥିଲେ I ଏବେ ପ୍ରଶଂସା କରିଛନ୍ତି ପାକିସ୍ତାନୀ ମହିଳା ସାଇମା ପାରଜାଦା।

ପ୍ରେମାନନ୍ଦ

ୟୁଟ୍ୟୁବରେ ରହିଛି ଏହି ଗୀତଟି…
ଏଠି ପବନ ଗାଏ ଗୀତ…ମାଟି ଝରଣା ହୁଏ ମିତ I ଏଇ ପରିଚୟ ଯୁଗ ଯୁଗର ଏ ମାଟି ମା’ କେଡ଼େ ସୁନ୍ଦର ।”

ଏଥିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ଓ  ଦୀପ୍ତିରେଖା ପାଢ଼ୀ। 
ପାକିସ୍ତାନୀ ମହିଳା ସାଇମା ପାରଜାଦା କହିଛନ୍ତି ଯେ,

ଓଡ଼ିଶାର ମାଟି, ପବନ ପାହାଡ଼, ଝରଣାରେ ଭରି ରହିଛି ଆତ୍ମୀୟତା । ଜୀବନରେ କେବେ ସୁଯୋଗ ମିଳିଲେ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟଙ୍କ ସହ କିଛି ଦିନ ବିତାଇବି । ଓଡ଼ିଶାର ହସ୍ତକଳା, ଚାଲିଚଳଣୀ ବେଶ ନିଆରା I ସଙ୍ଗୀତକୁ ବୁଝି ନ ପାରିଲେ ବି ଭିଡିଓରେ ଥିବା ପ୍ରତିଟି ଚିତ୍ର ଏବଂ ଦୃଶ୍ୟକୁ ମୁଁ ଅନୁଭବ କରିଛି I ସେଥିପାଇଁ ସଂଗୀତଜ୍ଞଙ୍କୁ ଧନ୍ୟବାଦ ଦେଉଛି I”

TATKAL ODISHAକୁ 75ରୁ ଅଧିକ ଚଳଚିତ୍ରରେ ସଂଗୀତ ନିର୍ଦେଶନା ଦେଇଥିବା ପ୍ରେମାନନ୍ଦ କହିଛନ୍ତି ଯେ,

ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରାକୁ ନେଇ ହୋଇଥିବା ଆଦିବାସୀ ସଙ୍ଗୀତ ବେଶ୍‌ ପ୍ରଶଂସା ସାଉଁଟିଛି। ‘ଟ୍ରାଇବାଲ୍ ଆନ୍ଥେମ୍’ ଶୀର୍ଷକ ଏହି ସଙ୍ଗୀତର ଓଡ଼ିଶାର ପ୍ରାକୃତିକ ସମ୍ପଦ, କଳାସଂସ୍କୃତିର ଝଲକ୍ ରହିଛି। ଓଡ଼ିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଆଦିବାସୀ ନୃତ ବେଶଭୂଷା, ପର୍ବପର୍ବାଣୀର ନିଦର୍ଶନ ରହିଛି ଏ ସଙ୍ଗୀତରେ।ପୂର୍ବରୁ ହଲିଉଡୁରେ ଚର୍ଚ୍ଚାର ପରିସରକୁ ଆସିଥିଲା । ଏବେ ପାକିସ୍ତାନୀ ମହିଳା ପ୍ରଶଂସା କରିବା ପରେ ଓଡ଼ିଶାର ସୁନାମ ବିଦେଶ ମାଟିରେ ବଢିଛି I ସୁଯୋଗ ମିଳିଲେ ଆହୁରି ଅନେକ କାର୍ଯ୍ୟ କରିବି Iତେବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଜରୁରୀ I


 ତେବେ ପ୍ରେମାନନ୍ଦ ଏହିଭଳି କାର୍ଯ୍ୟ ଜାରି ରଖନ୍ତୁ ଏବଂ ଓଡ଼ିଶାରେ ଟେକ ରଖନ୍ତୁ ଏହା ଆମେ ଚାହୁଁ I

  • ଦେଖନ୍ତୁ ପାକିସ୍ତାନୀ ମହିଳା କଣ କହିଲେ??https://youtu.be/t1_TptKqUpY

Leave A Reply

Your email address will not be published.