ସଂକ୍ରାନ୍ତି ପୁରୁଷ ବ୍ୟାସକବି, ଓଡ଼ିଆ ଜାତିର ସେନାପତି

0

  • +++++++++++++++++++++++++++++++++
  • ଶ୍ରୀକାନ୍ତ ଦାଶ// ସେନାପତି ଫକୀରମୋହନଙ୍କ ସ୍ମୃତିଚାରଣ//
  • +++++++++++++++++++++++++++++++++
  • 14 ଜାନୁଆରୀ
  • ସଂକ୍ରାନ୍ତି ପୁରୁଷ ବ୍ୟାସକବି, ଓଡ଼ିଆ ଜାତିର ସେନାପତି ଫକୀରମୋହନ ସେନାପତିଙ୍କ ଜନ୍ମଦିନ |ଫକୀରମୋହନ ସେନାପତିଙ୍କ ଜନ୍ମଦିନ |

ବାଲେଶ୍ୱରରେ 1843 ଆଜିର ଦିନରେ ଭୂମିଷ୍ଠ ହୋଇ ସ୍ୱୀୟ ପ୍ରତିଭା ବଳରେ ସେ ନିଜର ସ୍ୱତନ୍ତ୍ର ପରିଚୟ ରଖିଯାଇଛନ୍ତି |


ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀଙ୍କୁ ଶୈଶବରୁ ହରାଇ ଜେଜେ ମା’ଙ୍କ କୋଳରେ ବଢ଼ି ଥିଲେ |ସମସ୍ତ ପ୍ରତିକୂକ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ନିଜକୁ ଦୃଢ଼ କରିଥିଲେ |

ମକର ସଂକ୍ରାନ୍ତି ଦିନ ଫକୀର ମୋହନଙ୍କ ଜନ୍ମ ଓ ତିରୋଧାନ


ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ବଞ୍ଚାଇବାକୁ ଯାଇ ସେ ସୃଷ୍ଟି କରିଥିଲେ କାଳଜୟୀ ସାହିତ୍ୟ |


ସେ ଲେଖିଥିବା ଉପନ୍ୟାସ -ମାମୁଁ, ଲଛମା, ପ୍ରାୟଶ୍ଚିତ, ଛ ମାଣ, ଆଠଗୁଣ୍ଠ, ଗଳ୍ପ -ଗଳ୍ପସ୍ୱଳ୍ପ, ରେବତୀ, କବିତା -ଉତ୍କଳ ଭ୍ରମଣ, ଓ ଆତ୍ମ ଜୀବନୀ -ଆତ୍ମ ଜୀବନ ଚରିତ ଆଜି ମଧ୍ୟ ପାଠକୀୟ ମର୍ଯ୍ୟାଦା ସାଉଁଟି ଚାଲିଛି |


1856ରେ ମାତ୍ର 13 ବର୍ଷ ବୟସରେ ସେ ଲୀଳାବତୀ ଦେବୀଙ୍କୁ ବିବାହ କରିଥିଲେ |ମାତ୍ର ଲୀଳାବତୀଙ୍କ ଅଳ୍ପଦିନପରେ ଦେହାନ୍ତ ତାଙ୍କୁ ଏକା କରିଦେଲା ଓ ସେ ସାହିତ୍ୟ ରଚନାରେ ମନ ନିବେଶ କଲେ | ପରେ 29 ବର୍ଷବୟସରେ1871 ମସିହାରେ ସେ କୃଷ୍ଣା କୁମାରୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ |


ଓଡ଼ିଆ ସାହିତ୍ୟ, ସଂସ୍କୃତି ଜଗତର ଏହି ସେନାପତି 14 ଜୁନ 1918 ମସିହାରେ ଇହଧାମ ପରିତ୍ୟାଗ କରିଥିଲେ |


ଆଜି ସେହି ପୁଣ୍ୟ ପୁରୁଷଙ୍କ ଜନ୍ମଦିନରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି I

  • ଶ୍ରୀକାନ୍ତ ଦାଶ,
  • କାର୍ଯ୍ୟକାରୀ ସଭାପତି,
    ଦୂରଭାଷ -9238304919

Leave A Reply

Your email address will not be published.