ଶ୍ରୀମନ୍ଦିର ବାକି ତିନି ଦ୍ୱାର ତୁରନ୍ତ ଖୋଲ : ଡଃ ଜ୍ଞାନେନ୍ଦ୍ର

0


ଭୁବନେଶ୍ୱର,//TATKAL ODISHA//


ଶୃଙ୍ଖଳିତ ଦର୍ଶନ ନାମରେ  ପୁରୀ ଶ୍ରୀମନ୍ଦିରରେ ଅତ୍ୟାଚାର ବନ୍ଦହେଉ I ସିଂହଦ୍ୱାର ତ ଖୋଲା ଯାଉଛି I ଶ୍ରୀମନ୍ଦିରର ବାକି ତିନିଦ୍ଵାରକୁ ଦର୍ଶନାର୍ଥୀଙ୍କ ପାଇଁ ତୁରନ୍ତ ଖୋଲାଯାଉ I


    ଶ୍ରୀଜଗନ୍ନାଥଙ୍କ ଦର୍ଶନାର୍ଥୀଙ୍କ ପ୍ରଚଣ୍ଡ ଖରାରେ ଦୟନୀୟ ଅବସ୍ଥା ନେଇ ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗଭୀର ଚିନ୍ତାପ୍ରକଟ କରି ଏହା ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ହଜାର ହଜାର ବର୍ଷ ତଳେ ଯେଉଁ ମହାମାନବମାନେ ଗରିଦ୍ଵାରର ପରିକଳ୍ପନା କରିଥିଲେ, ସେମାନଙ୍କର କଣ ଦୂରଦୃଷ୍ଟି ନଥିଲା ?


   ପୁରୀ ଜିଲ୍ଲାପାଳ ନିଜେ ସଦର ମହକୁମାରେ ଉପସ୍ଥିତ ଥାଇ ମଧ୍ୟ ସୋମବାର ଖରାରେ ଭକ୍ତ ଆଉଟୁ ପାଉଟୁ ଭଳି ଅବସ୍ଥା ସୃଷ୍ଟି ହେଲା। କେହି ଜଣେ ସରକାରୀ ବାବୁ ଆହା କହିବାକୁ ଆସିଲେ ନାହିଁ, ପାଣି ଟିକେ ବି ଦେଲେ ନାହିଁ I ମାତ୍ର ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଯୋଗୁଁ କୌଣସି ପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ତେଣୁ ଯଥାଶୀଘ୍ର ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଳାଯାଉ ବୋଲି ଡ଼ ଜ୍ଞାନେନ୍ଦ୍ର ଦାବି ଦୋହରାଇଛନ୍ତି I  

Leave A Reply

Your email address will not be published.