ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : 12ରେ ଆଚାର୍ଯ୍ୟବରଣ, 17ରେ ଲୋକାର୍ପଣ
- ପୁରୀ //TATKAL ODISHA//
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଜାନୁଆରୀ ୧୭ରେ ପୂଜା ସହ ହେବ ପ୍ରକଳ୍ପ ଲୋକାର୍ପଣ । ତେବେ ଜାନୁଆରୀ ୧୨ ଶୁକ୍ରବାର ଠାରୁ ଆଚାର୍ଯ୍ୟ ବରଣ ଓ ଅଙ୍କୁରରୋପଣ ଆରମ୍ଭ ହେବ ।
ଏନେଇ ଶ୍ରୀମନ୍ଦିର ଚାରି ଦ୍ୱାରରେ ବ୍ୟାପକ ଆୟୋଜନ କରାଯାଇଛି ।
TATKAL ODISHAକୁ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର I
// କାର୍ଯ୍ୟସୂଚୀ //
- ଜାନୁଆରୀ ୧୨
– ସଂଧ୍ୟା ୫ଟାରୁ ୬ ମଧ୍ୟରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ
– ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ପ୍ରତିଷ୍ଠା
- ଜାନୁଆରୀ ୧୩
-ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ
- ଜାନୁଆରୀ ୧୪
-ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ, ତୋରଣ ସ୍ଥାପନ - ଜାନୁଆରୀ ୧୫
-ସକାଳ ୭.୩୦ରେ ଅଖଣ୍ଡଦୀପ ସ୍ଥାପନ,
-ସଂଧ୍ୟା ୬ଟା ଭିତରେ ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଏବଂ ଅନ୍ତପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହବନ, ଆରତୀ ଓ ପୁଷ୍ପାଞ୍ଜଳି
- ଜାନୁଆରୀ ୧୬
ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ
- ଜାନୁଆରୀ ୧୭
-ସକାଳ ୭ଟାରୁ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ ।
-ଅପରାହ୍ନ ୧.୧୫ରୁ ୧.୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ।
-୧.୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୂତି
-ଏହାପରେ ନାମ ସଂକୀର୍ତ୍ତନ ଓ ଶୋଭାଯାତ୍ରା
-ଅପରାହ୍ନ ୩ଟା: ପରିକ୍ରମା ମାର୍ଗକୁ ଶ୍ରଦ୍ଧାଳୁଙ୍କୁ ଅନୁମତି