ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମାମଲା ରଦ୍ଦ

0
  • ଦୁଇ ଆବେଦନ କାରୀଙ୍କୁ 1 ଲକ୍ଷ କରି ଜୋରିମାନା

ନୂଆଦିଲ୍ଲୀ//TATKAL ODISHA//

ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଛନ୍ତି I ସରକାରଙ୍କ ବିଜୟ ହୋଇଛି Iଏଥିଯୋଗୁଁ ବିରୋଧୀଙ୍କୁ ଶକ୍ତ ଧକ୍କା ଲାଗିଛି I

ଦୁଇ ଆବେଦନ କାରୀଙ୍କ ଠାରୁ 1 ଲକ୍ଷ କରି ଜୋରିମାନା ଆଦାୟ ହେବ I କୋର୍ଟର ସମୟ ଅଯଥା ନଷ୍ଟ କରିଥିବାରୁ ଏହି ଜରିମାନା କରାଯାଇଥିବା କୁହାଯାଉଛି ।

ସୁପ୍ରିମକୋର୍ଟର ଜଷ୍ଟିସ ବି ଆର ଗାଭାଲ, ଓ ଜଷ୍ଟିସ ହେମା କୋହଲି ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଛନ୍ତି I

“ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ କୋର୍ଟ କ୍ଷୁବ୍ଧ”

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ର ଆମସାର ଆକ୍ଟର ଖୋଲା ଉଲ୍ଲଘଂନ ହୋଇଛି I ଅନୁମୋଦନ ନଥାଇ ପରିକଳ୍ପନା ପ୍ରକଳ୍ପ କରାଯାଇଥିବା ଘଟଣାକୁ ବିରୋଧ କରି ଦୁଇଟି ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା ।

“ବିନା ASI ସହମତିରେ ଆମେ କିଛି କରିନୁ:ପିନାକୀ”

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀଵୀ ମହାଲକ୍ଷ୍ମୀ ପାଭାନୀ ଲଢୁଥିବା ବେଳେ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା, କପିଳ ଶିବଲ ଓ ପିନାକୀ ମିଶ୍ର ଲଢ଼ିଥିଲେ I

ଏପରିକି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନ୍ଦ ସରସ୍ୱତୀ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି ।

ଏବେ କୋର୍ଟଙ୍କ ରାୟ ପରେ କାର୍ଯ୍ୟ ଯଥାରିତି ଚାଲୁ ରହିବ I

Leave A Reply

Your email address will not be published.