ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ‘ଗଜ ଉଦ୍ଧାରଣ’ ବେଶ

0

ପୁରୀ //ତତ୍କାଳ ଓଡିଶା //

ଶନିବାର ମାଘ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉମାନଙ୍କ ‘ ଗଜ ଉଦ୍ଧାରଣ’ ବେଶ ମଧ୍ୟାହ୍ନ ଧୂପ ପରେ ପରେ ପାରମ୍ପରିକ ରୀତିରେ ସ୍ୱତନ୍ତ୍ର ଭାବେ ଅନୁଷ୍ଟିତ ହୋଇଥିଲା ।

ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୧୫ ରେ ସମ୍ପନ୍ନ ହୋଇଥିଲା ,ଏହାପରେ ୫.୫୦ ରେ ଭିତର ଶୋଧ ହୋଇ ମଙ୍ଗଳ ଆଳତି ପ୍ରତଃ ଘ.୫.୫୫ ରେ ଅନୁଷ୍ଟିତ ହୋଇଥିଲା , ଏହାପରେ ପରବର୍ତ୍ତୀ ଦୈନଦିନ ନୀତି ସମ୍ପନ୍ନ ହୋଇ ମହାପ୍ରଭୁଙ୍କ ମଧ୍ୟାନ ଧୂପ ପରେ ଦ୍ଵିତୀୟ ଭୋଗ ଭୋଗ ମଣ୍ଡପ ଅପରାହ୍ନ ଘ.୪.୩୦ ରେ ଶେଷ ହୋଇ ଶ୍ରୀବିଗ୍ରହ ମାନଙ୍କ ମଇଲମ ଘ.୫.୩୫ ରେ ହୋଇ ମେକାପ ସର୍ବାଙ୍ଗ ପାଇଁ ପାଳିଆ ମେକାପ ତିନୋଟି ରୁପା ପିଙ୍ଗଣରେ ଭଣ୍ଡାର ଦ୍ବାର ଠାରୁ ଚନ୍ଦନ ସିଂହାସନ ନିକଟକୁ ନେଇଥିଲେ , ବଡ ବାଡ଼ରେ ତଳୁଛ ,ମଝି ବାଡ଼ରେ ଭିତରଚ୍ଛ ଏବଂ ମହାପ୍ରଭୁଙ୍କ ବାଡ଼ରେ ପୁଷ୍ପାଳକ ସର୍ବାଙ୍ଗ କରିଥିଲେ, ସର୍ବାଙ୍ଗ ବଢ଼ିଲାପରେ ଭୂଦେବୀ, ଶ୍ରୀଦେବୀ ଦଖିଣି ଘର ଠାରେ ପଡିଥିବା ଖଟ ଶେଜ ଉପରେ ବିଜେ କରିଥିଲେI

ଏହାପରେ ତିନି ବାଡ଼ରେ ‘ଗଜ ଉଦ୍ଧାରଣ’ ବେଶ ଆରମ୍ଭ ହୋଇ ସନ୍ଧ୍ୟା ଘ.୮.୦୫ ରେ ଶେଷ ହୋଲାପରେ ମହାପ୍ରଭୁ କର୍ପୂର ଲାଗି ହୋଇଥିଲେ , ଏହି ବେଶ କରିବାକୁ ପାଳିଆ ପୁଷ୍ପାଳକ ସେବକ ମାନଙ୍କୁ ଦୁଇ ଘଣ୍ଟାରୁ ଅଢେ଼ଇ ଘଣ୍ଟା ସମୟ ଲାଗିଥିଲା, କର୍ପୂର ଲାଗି ବଢ଼ିଲାପରେ ଭୂଦେବୀ,ଶ୍ରୀଦେବୀ ବାହୁଡା ବିଜେ କରି ଶ୍ରୀଅଙ୍ଗ ଲାଗି ହୋଇଥିଲେ, ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ହୋଇ ଥିଲା,ଏହାପରେ ସନ୍ଧ୍ୟା ଧୂପ ଅନୁଷ୍ଟିତ ହୋଇ ପ୍ରସଦ ବାହାରି ପାଣିପିଡ଼ିଲାପରେ ମହାପ୍ରଭୁଙ୍କ ‘ଗଜ ଉଦ୍ଧାରଣ’ ବେଶ ମଇଲମ ହୋଇ ମହାପ୍ରଭୁଙ୍କ ଚନ୍ଦନଲାଗି , ବଡ଼ସିଂହାର ବେଶ,ବଡ଼ସିଂହାର ଭୋଗ ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହୋଇଥିଲା I

Leave A Reply

Your email address will not be published.