ଶ୍ରୀନଗରରେ ମୃତ ଓଡ଼ିଆ ପ୍ରଶାନ୍ତ ଶତପଥିଙ୍କ ପତ୍ନୀଙ୍କୁ ଭେଟି ଅପରାଜିତା ଜଣାଇଲେ ସମବେଦନା

0
  • ଶ୍ରୀନଗର //TATKAL ODISHA//

ପହଲଗାମ ମୃତକଙ୍କୁ ଶ୍ରୀନଗରରେ ଣାଇଲେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ I

ମୃତ ଓଡ଼ିଆ ପ୍ରଶାନ୍ତ ଶତପଥିଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ଭେଟି ସମବେଦନା ଜଣାଇଲା ବେଳେ ଶ୍ରୀମତି ଷଡ଼ଙ୍ଗୀ ଭାବ ପ୍ରବଣ ହୋଇଥିଲେ ।

ଉଲ୍ଲେଖନୀୟ ଯେ, ଗତକାଲି ଜମ୍ମୁ ଓ କାଶ୍ମୀରର ପହଲଗାମରେ ସବୁଠାରୁ ବଡ଼ ଧରଣର ସନ୍ତ୍ର୍ରାସବାଦ ଆକ୍ରମଣ ହୋଇଥିଲା । ଏଥିରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୭ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଓଡ଼ିଶା ବାଲେଶ୍ୱର ଜିଲ୍ଲାର ରେମୁଣା ଇଶାନୀ ଗାଁର ଜଣେ ପର୍ଯ୍ୟଟକ ଅନ୍ତର୍ଭୁକ୍ତ।

ତେବେ ଲସ୍କର ସହିତ ଜଡ଼ିତ ଆତଙ୍କବାଦୀ ମାନେ ଏହି କାଣ୍ଡ ଭିଆଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.