ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର

0

ଫାଲ୍ଗୁନ କୃଷ୍ଣ ପଞ୍ଚମୀ ତିଥି , ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକ ଲାଗି ବା ଶ୍ରୀମୁଖସିଂହାର ନୀତି ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଆଜି ପ୍ରତଃ ଘ.୫.୪୫ ରେ ହୋଇ, ଭିତର ଶୋଧ ଘ.୬.୧୫ ରେ ହୋଇଥିଲା , ତତ୍ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଘ.୬.୨୫ ରେ ବଢି ପରବର୍ତ୍ତି ଦୈନଦିନ ନୀତି ପରେ ଦ୍ୱିତୀୟ ଭୋଗମଣ୍ଡପ ଅପରାହ୍ନ ଘ. ୪.୩୦ ରେ ଶେଷ ହୋଇ ମହାପ୍ରଭୁଙ୍କ ମଇଲମ ଘ.୪.୪୦ ରେ ବଢି ଦିବା ପହୁଡ଼ ଆଳତି ଘ.୪.୫୫ ରେ ହୋଇଥିଲା , ଏହାପରେ ଘ.୫.୦୦ ରେ ବନକ ଲାଗି ପାଇଁ ତିନି ଜଣ ପାଳିଆ ଦତ୍ତ ମହାପାତ୍ର ସେବକ ବନକ ପେଡି ଧରି ଭିତରକୁ ପ୍ରବେଶ କରିଥିଲେ, ବିଧିମତେ ବନକଲାଗି ଶେଷ କରି ସନ୍ଧ୍ୟା ଘ.୭.୨୦ ରେ ଦୁତ୍ତ ବାହାରି ଥିଲେ, ଶ୍ରୀବିଗ୍ରହମାନଙ୍କ ବନକଲାଗି ସାରିବାକୁ ପାଳିଆ ଦତ୍ତ ମହାପାତ୍ର ଙ୍କୁ ପ୍ରାୟ ଅଢେ଼ଇ ଘଣ୍ଟା ସମୟ ଲାଗିଥିଲା , ବନକଲାଗି ବଢିଲା ପରେ ପାଳିଆ ମେକାପ ସିଂହାସନ ଧୋଇଥିଲେ ଏହାପରେ ତିନିଜଣ ପାଳିଆ ପୂଜାପଣ୍ଡା ସାମନ୍ତେ ସିଂହାସନ ତଳେ ବସି ପଞ୍ଚପଚାରରେ ମହାସ୍ନାନ ପୂଜା ଶେଷ କଲାପରେ ମହାପ୍ରଭୁଙ୍କ ଗଭା ମଇଲମ ହୋଇ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ ହୋଇ ମହାପ୍ରଭୁଙ୍କ ଚନ୍ଦନଲାଗି , ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହୋଇଥିଲା I

Leave A Reply

Your email address will not be published.