ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

0
  • ଅପ୍ରତ୍ୟାଶିତ ଭାବେ ଆସିଥିଲି, ସମାନ ଢଙ୍ଗରେ ଗଲି
  • ମୁମ୍ବାଇ// TATKAL ODISHA//
  • ରିପୋର୍ଟ // କଳାକୃଷ୍ଣ ମହାରଣା //

ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ I ସେ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି I

ଇସ୍ତଫା ପରେ ଉଦ୍ଧବ କହିଛନ୍ତି ଯେ ସେ ଅଢେଇ ବର୍ଷ ଧରି ରାଜ୍ୟରେ ଏକ ଜନହିତକାରୀ ସରକାର ଦେଇଥିଲେ I ଲୋକଙ୍କ ପାଇଁ ତାଙ୍କ ସରକାର ସର୍ବଦା ଉତ୍ସଗ୍ରୀକୃତ ରହିଥିଲା I

ସେ କହିଛନ୍ତି ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ଅପ୍ରତ୍ୟାଶିତ ଭାବେ ଆସୀନ ହୋଇଥିଲି, ସମାନ ଅପ୍ରତ୍ୟାଶିତ ଢଙ୍ଗରେ ଇସ୍ତଫା ବି ଦେଲି I

ସହଯୋଗୀ କଂଗ୍ରେସ ଓ ଏନସିପି ସମ୍ପୂର୍ଣ୍ଣ ସହଯୋଗ କରିଥିଲାବେଳେ ନିଜ ଦଳର ସଭ୍ୟ ଧୋକା ଦେଇଛନ୍ତି I

ଗୁରୁବାର ବିଜେପି ସଭ୍ୟ ଓ ଶିବ ସେନା ଦଳର ବିଦ୍ରୋହୀ ବିଧାୟକ ମିଶି ନୂଆ ସରକାର ଗଠନ କରିବେ I

Leave A Reply

Your email address will not be published.