ଶାନ୍ତନୁ କୁମାର ଆଚାର୍ଯ୍ୟ ପାଇବେ ‘ଗାନ୍ଧର୍ବ କଳା ଜୀବନବ୍ୟାପୀ ସାଧନା ସମ୍ମାନ’

0

ଭୁବନେଶ୍ୱର//TATKAL ODISHA//

ପ୍ରସିଦ୍ଧ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଗାନ୍ଧର୍ବ କଳା ଜୀବନବ୍ୟାପୀ ସାଧନା ସମ୍ମାନ ୨୦୨୩ରେ ସମ୍ମାନିତ କରାଯିବ।ସେହିପରି ଖ୍ୟାତନାମା ବୀଣାବାଦକ ପଣ୍ଡିତ ରାମାରାଓ ପାତ୍ରଙ୍କୁ ଗାନ୍ଧର୍ବ କଳା ଉତ୍ସାର୍ଗୀକୃତ ସାଧନା ସମ୍ମାନ, ଖ୍ୟାତନାମା ସାତ୍ରୀୟ ନୃତ୍ୟଶିଳ୍ପୀ ଡ଼.ଶାରଦୀ ସାଇକିୟାଙ୍କୁ ଗାନ୍ଧର୍ବ ଶ୍ରୀ ସମ୍ମାନ ,ସଦାନନ୍ଦ ତ୍ରିପାଠୀଙ୍କୁ ଗାନ୍ଧର୍ଵ ଶବ୍ଦକଳା ସମ୍ମାନ , ଜଗନ୍ନାଥ କୁଅଁରଙ୍କୁ ଗାନ୍ଧର୍ଵ ରାଗ କଳା ସମ୍ମାନ ,ଅଞ୍ଜନ କୁମାର ସାହୁଙ୍କୁ ଗାନ୍ଧର୍ବ ଦୃଶ୍ୟ କଳା ସମ୍ମାନ, ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୌର୍ଯ୍ୟଙ୍କୁ ଗାନ୍ଧର୍ଵ କଳା ଯୁବ ସିନେ ନିର୍ଦେଶନା ସମ୍ମାନ ପ୍ରଦାନ କରାଯିବ I

ସାଂସ୍କୁତିକ ଅନୁଷ୍ଠାନ ଗାନ୍ଧର୍ବ କଳା ପରିଷଦର ସାଧାରଣ ସମ୍ପାଦିକା ଡ. ଗାୟତ୍ରୀ ମିଶ୍ର ଓ ଉତ୍ସବ ନିର୍ଦେଶକ ଶିଳ୍ପୀ ସଞ୍ଜୟ ଭଟ୍ଟ୍ ଏହି ସୂଚନା ଦେଇଛନ୍ତି।

ଡ଼ ମିଶ୍ର କହିଛନ୍ତି ଯେ,କଳା ପରିଷଦ ପକ୍ଷରୁ ୪୯ତମ ଡ. ଦିବାକର ମିଶ୍ର ଗାନ୍ଧର୍ବ କଳା ମହୋତ୍ସବ , ଚଳିତ ମାସ ୨୭ ଓ ୨୮ରେ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ପ୍ରଥମ ସନ୍ଧ୍ୟାରେ ବିଖ୍ୟାତ ଶାସ୍ତ୍ରୀୟ , ସାତ୍ରୀୟ ନୃତ୍ୟ ଶିଳ୍ପୀ (ଆସାମ) ଡ଼. ଶାରଦୀ ସାଇକିୟା ସାତ୍ରିୟ ନୃତ୍ୟ ପରିବେଷଣ କରିବେ।

ଦ୍ୱିତୀୟ ସନ୍ଧ୍ୟାରେ ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ଶ୍ରୀମତୀ ସୁଜାତା ମହାପାତ୍ର ଓଡିଶୀ ନୃତ୍ୟ ପରିବେଷଣ କରିବେ।

Leave A Reply

Your email address will not be published.