ଶର୍ମିଷ୍ଠାକୁ ଭଦ୍ରକରୁ ଗିରଫ କଲା କ୍ରାଇମବ୍ରାଞ୍ଚ

0
  • ଭୁବନେଶ୍ୱର//TATKAL ODISHA//

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି I

ମିଳିଥିବା ସୂଚନାନୁସାରେ ଭଦ୍ରକ ଠାରେ ତାଙ୍କୁ ପୋଲିସ ଓ କ୍ରାଇମ ବ୍ରାଞ୍ଚ ମିଳିତ ହୋଇ ଗିରଫ କରିଥିବା ଜଣାପଡ଼ିଛି I

ମୁଖ୍ୟ ଅବିଯୁକ୍ତା ଶର୍ମିଷ୍ଠା ରାଉତ

ଶର୍ମିଷ୍ଠାର ସହଯୋଗୀ ଝୁନା ଭୋଇ ବି ଗିରଫ

ଭଦ୍ରକ ନଳାଙ୍ଗ ଗାଁରୁ ଶର୍ମିଷ୍ଠା ଗିରଫ କରିଛନ୍ତି। କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଉଭୟ କୋଲକାତାରୁ ଭୁବନେଶ୍ୱର ବସ ଯୋଗେ ଆସୁଥିବା ବେଳେ ଭଦ୍ରକରେ ଗିରଫ ହୋଇଛନ୍ତି I

ସୋମବାର ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯିବା ପୂର୍ବରୁ ସେମାନଙ୍କୁ ଜେରା ହୋଇଥିଲା । ଏହା ସହ ଦୁଇଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

ପୂର୍ବରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ରାଉତକୁ ଏବଂ ନିରଞ୍ଜନ ସେଠୀଙ୍କୁ ପୁଲିସ ଗିରଫ କରି ସାରିଛି I

ନିରଞ୍ଜନ ଭୁବନେଶ୍ୱରରେ ଗିରଫ ହୋଇଥିଲାବେଳେ ବିଜୟୱାଡ଼ାରେ ପରମେଶ୍ୱର ଗିରଫ ହୋଇଛନ୍ତି I ବିଜୟୱାଡା ଗସ୍ତ କରି ସେଠାକାର ପୋଲିସ ସହାୟତାରେ ପରମେଶ୍ୱରକୁ ଧରିଛି ପୁଲିସର ସ୍ୱତନ୍ତ୍ର ଟିମ I

ବିଜୟୱାଡ଼ାରେ ରହି ପରମେଶ୍ୱର ଶର୍ମିଷ୍ଠାଙ୍କୁ ଫେରାର୍‌ ପ୍ଲାନ କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି I

ତେଣୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଖୁବଶୀଘ୍ର ଧରା ପଡିଯିବେ ବୋଲି କୁହାଯାଇଥିଲା I ଏବେ ପୋଲିସ ଓ କ୍ରାଇମବ୍ରାଞ୍ଚ ସଫଳ ହୋଇଛି I

Leave A Reply

Your email address will not be published.