ଶରଧାବାଲି, ଭଜନ ଓ ‘ଖୋକା ଭାଇ’

0
  • ପଢନ୍ତୁ ସୂର୍ଯ୍ୟ ଦେଓଙ୍କ ଅଙ୍ଗେ ନିଭା କାହାଣୀ
  • ଶୁଣନ୍ତୁ ଅକ୍ଷୟ ମହାନ୍ତି ସୁମଧୁର ଭଜନ
  • TATKAL ODISHA//ସ୍ମୃତି ଚିହ୍ନ//
  • *******************************************

ଖୋକା ଭାଇ I ଅକ୍ଷୟ ମହାନ୍ତି I ଶରଧା ବାଲିରେ ‘ହେରାପଞ୍ଚମୀ’ ଅବସରରେ ହୋଇଥିବା ଭଜନ ସନ୍ଧ୍ୟାରେ ଭଜନ ବୋଲିବାକୁ ଯାଇଥିଲେ I

କାହା ସହିତ ଯାଇଥିଲେ? କେଉଁ ଗୀତ ଗାଇଲେ?

ସେଇ କଥା ତାଙ୍କ ସହ ‘ଟହଲିଆ’ ହୋଇ ଯାଇଥିବା ବିଶିଷ୍ଟ ସିନେ ସମୀକ୍ଷକ ଓ ସାମ୍ବାଦିକ ସୂର୍ଯ୍ୟ ଦେଓ ନିଜର ଅଙ୍ଗେ ନିଭା କଥା ବଖାଣିଛନ୍ତି I

ଆସନ୍ତୁ ତାଙ୍କ କଥା ପଢ଼ିବା ସହ ଖୋକା ଭାଇର ଶରଧାବାଲିରେ ଗାଇଥିବା ଗୀତ ଶୁଣିବା

*********************************************

କେଉଁ ବର୍ଷ କହିପାରିବି ନାହିଁ, ଏତକ ମନେଅଛି ଯେ  ହେରା ପଞ୍ଚମୀ  ତିଥି ଥିଲା ଆଉ ଶରଧାବାଲିରେ  ଭଜନ  ସମାରୋହ ହେଉଥିଲା I ବୋଧେ  ୯୩ କି ୯୪ ହେବ I

 ଆର୍ଯ୍ୟ ଭାଇ ଅର୍ଥାତ ଅକ୍ଷୟ ମହାନ୍ତିଙ୍କ ସହ  ମୁଁ  ଟହଲିଆ ହୋଇ  ଯାଇଥିଲି ସେଠିକି I ଅକ୍ଷୟ ମହାନ୍ତିଙ୍କ ଭାଷାରେ ଚମଚା I ସେତେବେଳେ ଏକ ସମ୍ବାଦପତ୍ରର ରବିବାର ମେଗାଜିନ ଦାୟିତ୍ୱରେ ଥିଲି I

ଅକ୍ଷୟ ମହାନ୍ତି ଅନ୍ୟମାନଙ୍କୁ ମୋତେ ଚିହ୍ନାଇ କହୁଥିଲେ ଇଏ ମୋର ରିପୋର୍ଟର ଚମଚା I ସେତେବେଳେ ମୋର ମାଇକ୍ରୋ ଟେପ ରେକର୍ଡରଟିଏ ଥାଏ,  ସେଇ ହେରା ପଞ୍ଚମୀ  ରାତିରେ ବି ଥିଲା I

ଖୋକା ଭାଇ

ଭଜନ  ସମାରୋହ ହେଉ କି  ମେଲୋଡି ଅକ୍ଷୟ ମହାନ୍ତିଙ୍କ ବିଶେଷ କଥା ହେଉଛି, ଷ୍ଟେଜରେ ପହଞ୍ଚିଲେମାନେ ଗାଇବେ I  ଗାଇବା ଆଗରୁ ଗପିବେ ଆଉ ଗାଇ ସାରିଲେ ସେଠି ରହିବେ ନାହିଁ I

ଗାଇବା ଆଗରୁ କଥା କହିବାର ଢଙ୍ଗ ଓ ଗାଇଲାବେଳେ ସ୍ଵରର ଯେଉଁ ଅଦ୍ଭୁତ ପରିବର୍ତ୍ତନ ସେ ଆଣୁଥିଲେ ତାହା ମଂଚ ଗାୟନର କାୟା କଳ୍ପକୁ ବଦଳାଇ ଦେଉଥିଲା I

ଅନେକ କ୍ଷେତ୍ର ପରି ଏଥିରେ  ବି ସେ ପ୍ରଥମ I
ସେଇ ହେରା ପଞ୍ଚମୀ ରାତିରେ ସେ ଦୁଇଟି ଭଜନ ଗାଇଥିଲେ I 

ଫେରିଲାବେଳେ  ମୁଁ ରେକର୍ଡ କରିଥିବା ମାଇକ୍ରୋ ଟେପରୁ ସେ ଦୁଇଟି ଭଜନ ବଜେଇଲି ତ ସେ ବିରକ୍ତ ହେଲେ ଓ କହିଲେ ମୋର ନିଜର ଗୀତକୁ ବାରମ୍ବାର ଶୁଣିବା ଧୈର୍ଯ୍ୟ ମୋର ନାହିଁ I

କିନ୍ତୁ କାହିଁକି
ମୁଁ ପ୍ରଶ୍ନ କଲି…
ଅକ୍ଷୟ ମହାନ୍ତି ତା’ର ନିଜ ହୃଦୟର ସ୍ପନ୍ଦନ ଗଣିବାକୁ ଭଲ ପାଏ ନାହିଁ I ଏ ଅଦ୍ଭୁତ ଉତ୍ତରରେ ମୁଁ ନିର୍ବାକ I ସେ ଦୁଇଟି ଗୀତରୁ ଗୋଟିଏକୁ ଏଠି ପୋଷ୍ଟ କରୁଛି..
ଅକ୍ଷୟ ମହାନ୍ତି ହୁଏତ ନିଜ ହୃଦୟର ସ୍ପନ୍ଦନ ଗଣିବାକୁ ଭଲ ପାଉ ନଥିଲେ…  କିନ୍ତୁ ତାଙ୍କ ହୃଦୟର ସ୍ପନ୍ଦନ ଗଣି ଆମେ ଅଧିକାଂଶ  ଓଡ଼ିଆ ଏଯାଏ ବଞ୍ଚିଛୁ I

ପ୍ରଣାମ ପ୍ରିୟ ଆର୍ଯ୍ୟ ଭାଇ….

  • ଶୁଣନ୍ତୁ ଖୋକା ଭାଇଙ୍କ ସେଇ ସୁମଧୁର ଭଜନଟି
  • https://m.facebook.com/story.php?story_fbid=pfbid0tFTHSnxEbdbaJuo7QZvNZD6ipZWQPgpDVHNxbbXdvJmyakebbqFnoUCcEPaNsaHRl&id=1081726395

Leave A Reply

Your email address will not be published.