ଲ୍ୟାଣ୍ଡଫଲ ପରେ ମୋଡ଼ ବଦଳାଇବ ‘ଦାନା’

0
  • IMD ପ୍ରକାଶ କଲା ରିପୋର୍ଟ
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//


ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ରିକର୍ଭ କରିପାରେ I

ବାତ୍ୟା ପ୍ରଭାବରେ ୨୬ ବେଳକୁ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I

ଗୁରୁବାର ଏହି ରିପୋର୍ଟ ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି I

ବାତ୍ୟା ଦାନା ଭିତରକନିକା -ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ I ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ ରହିଛି I ଘଣ୍ଟା ପ୍ରତି ପବନର ବେଗ 100ରୁ 120 କିମି ରହିବ I

ଏବେ ଉପକୂଳ ଓଡ଼ିଶାରେ ଧିମା ବର୍ଷା ଆରମ୍ଭ ହୋଇଛି I କେବଳ ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ଛାଡ଼ି ଅନ୍ୟ ସ୍ଥାନରେ ପବନ ସାମାନ୍ୟ ହେଉଛି I

  • ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ..

// CYCLONE BREAKING //

260 କିମି ଦୂରରେ ବାତ୍ୟା ‘ଦାନା’: ପବନ କମ, ବର୍ଷା ଅଧିକ



Leave A Reply

Your email address will not be published.