ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’

0
  • କେନ୍ଦ୍ରାପଡ଼ା, ଭଦ୍ରକ ଉପକୂଳାଞ୍ଚଳରେ ବ୍ୟାପକ କ୍ଷତି
  • ଭିତରକନିକା ହାବାଳିଖଟି ଓ ଧାମରା ନିକଟରେ ସ୍ଥଳଭାଗ ଛୁଇଁଛି
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଭାରତୀୟ ପାଣିପାଗ ବିଭାଗର ଆକଳନ ଶତ ପ୍ରତିଶତ ସତ ହୋଇଛି I ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଦାନା’ ।

ଭିତରକନିକା ଅଭୟାରଣ୍ୟର ହାବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟରେ ସ୍ଥଳଭାଗ ଛୁଇଁଛି । କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଅତିକ୍ରମ କରିଛି । ଏହା ସତ୍ୱେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସହ ପବନ ବୋହୁଛି I

“IMD ରିପୋର୍ଟ ହେଲା 100% ସତ”

ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ରିପୋର୍ଟ ମୁତାବକ ବାତ୍ୟା ‘ଦାନା’ 24 ବିଳମ୍ବିତ ରାତ୍ରିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ 25 ସାଢ଼େ 6 ଯାଏ ଶେଷ ହୋଇ ନଥିଲା I ବାତ୍ୟାର ବେଗ ଘଣ୍ଟା ପ୍ରତି 10 କିମି ଥିଲାବେଳେ ପବନର ବେଗ ଘଣ୍ଟା ପ୍ରତି 100ରୁ 110 କିମି ଥିଲା I ଶୁକ୍ରବାର ସକାଳେ ବାତ୍ୟା ତାର ତାଣ୍ଡବ ରଚୁଛି I

ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଓ ଭଦ୍ରକର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି I ଭିତରକନିକାରେ ଜୁଆର ମାଡ଼ିଯାଇଛି । ବାତ୍ୟା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୩୧.୬ ମିମି ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି ।

“ବାତ୍ୟାର ପ୍ରଭାବରେ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ ଓ ପୁରୀ

ବାତ୍ୟାର ପରବର୍ତ୍ତୀ ଅବସ୍ଥାରେ ପ୍ରବଳ ବର୍ଷା ହେବ I ଆକଳନ ଅନୁସାରେ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେହି ଜିଲ୍ଲାଗୁଡ଼ିକ ହେଲା-

*ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ ଓ ପୁରୀ । ସେହିଭଳି କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି I ତେଣୁ ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି I

++++++++++++ADVT+++++++++++++++++

Leave A Reply

Your email address will not be published.