ଚାଞ୍ଚଲ୍ୟ : ଶିକାରୀ ହେଲେ ଶିକାର, ପୁଲିସର ଛାନଭିନ
କଳାହାଣ୍ଡି,/(ଦୁଷ୍ମନ୍ତ ପଣ୍ଡା)
ଶିକାର କରିବାକୁ ଯାଇଥିଲେ, ଅଥଚ ନିଜେ ଶିକାର ହୋଇଗଲେ I ଅକାଳରେ ଜୀବନ ଚାଲିଗଲା I କେମିତି ଗଲା? କିଏ ମାରିଲା? ତାକୁ ନେଇ କଳାହାଣ୍ଡିରେ ହଇଚଇ ସୃଷ୍ଟି ହୋଇଛି I
………………………… ……… .
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବେଲକର ଜଙ୍ଗଲରେ ମୁଣ୍ଡରେ ଆଘାତ ଲାଗି ଜଣକର ମୃତ୍ୟୁ ହୋଇଥିବା ଏବଂ ପାଖରେ ଏକ ଦେଶୀ ବନ୍ଧୁକ ପଡିଥିବା ପୋଲିସ ଠାବ କରିଛି ।
ସୁରେନ୍ଦ୍ର ରାଉତ ନିଜ ଚାରି ସାଙ୍ଗ ସେହି ଗ୍ରାମର ମହେତ ପୁଝାରୀ, ଶିଶିର ପୁଝାରୀ,ଯୁବରାଜ ପୁଝାରୀ,ଶିଶିର ରାଉତ ଏବଂ ନିକଟସ୍ଥ ସୁପାଡ ଗ୍ରାମର ଭୁର୍ଲି ସହ ମିଶି ବେଲକର ଜଙ୍ଗଳକୁ ମଙ୍ଗଳବାର ସକାଳୁ କୁକୁଡା ଶୀକାର କରିବାକୁ ଯାଇଥିଲେ । ସଂଧ୍ୟା ପରେ ମଧ୍ୟ ସୁରେନ୍ଦ୍ର ରାଉତ ଘରକୁ ନଫେରିବାରୁ ଘରଲୋକେ ଖୋଜାଖୋଜିକରି ପରଦିନ ସକାଳୁ ଜଙ୍ଗଲରେ ମୃତଦେହ ପଡିଥିବାର ଖବର ପାଇ ପୋଲିସକୁ ଖବର ଦେଇଥିଲେ । ଜୟପାଟଣା ଥାନା ଅଧିକାରିଣି ରଶ୍ମିତା ପ୍ରଧାନ ଘଟଣାସ୍ଥଲକୁ ପହଂଚି ତଦନ୍ତ କରିବା ମୃତ ଦେହ ଓ ବନ୍ଧୁକ ଠାବ କରିଥିଲେ ।
ଅଧିକ ତଦନ୍ତ ପାଇଁ ଧର୍ମଗଡ ଏସଡିପିଓ ଏବଂ ସାଇଂଟିଫିକ ଦଳ ଘଟଣାସ୍ଥଲରେ ପହଂଚିଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ପ୍ରକାଶ । ଜୟପାଟଣା ଥାନା ରେ କେଶ ନଂ. ୩୨/୨୦୨୧ ଧାରା ୩୦୨/୩୪ ଓ ଆର୍ମସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ । ମୃତକଙ୍କ ବାପା ଏହାକୁ ହତ୍ୟା ଘଟଣା ବୋଲି ଅଭିଯୋଗ କରୁଥିବା ଜଣାପଡିଛି ।