ଲୋକ ସଂଖ୍ୟା ଆଧାରରେ ଲଇକେରା, କିରିମିରାକୁ ସିଡ୍ୟୁଲ ବ୍ଲକ କର : ପ୍ରଭାକର ଓରାମ

0
  • ସମ୍ମିଳିତ ଆଦିବାସୀ ସମାଜ ଲଢ଼େଇ ଜାରି ରହିବ
  • ରାଜନୈତିକ ଦଳ ଵା ରାଜନେତାଙ୍କୁ ସାମିଲ କରାଯିବନି
  • ଦିଲ୍ଲୀ ଗସ୍ତ ସଫଳ, ପ୍ରତିଶୃତି ପାଳନ ଉପରେ ନଜର
  • ଚଞ୍ଚକତା କରି ପରିସଂଖ୍ୟାନ ବଦଳାଯାଉଛି
  •  ଝାରସୁଗୁଡା, ଭୁବନେଶ୍ୱର//TATKAL ODISHA//
    ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ଲୋକ ଆଦିବାସୀ ସମ୍ପ୍ରଦାୟ ବସବାସ କଲେ ତାହାକୁ ସିଡ୍ୟୁଲ ବ୍ଲକ ଭାବେ ଘୋଷଣା କରାଯାଏ I ମାତ୍ର ଝାରସୁଗୁଡା ଜିଲ୍ଲାର କିରିମିରା, ଲଇକେରା ବ୍ଲକ ସେହି ନିୟମରେ ଥିଲେ ହେଁ  ‘ସିଡ୍ୟୁଲ ବ୍ଲକ’ ଵା ଅନୁସୂଚିତ ଅଞ୍ଚଳ ମାନ୍ୟତା ମିଳୁନି I ଫଳରେ ଆଦିବାସୀ ଲୋକେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି I ଯଦି କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ନ କରନ୍ତି, ତାହାଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ I 
ସମ୍ମିଳିତ ଆଦିବାସୀ ସମାଜ
  • ନୂଆଦିଲ୍ଲୀ ଗସ୍ତରୁ ଫେରି ସମ୍ମିଳିତ ଆଦିବାସୀ ସମାଜର ମହାସଚିବ ପ୍ରଭାକର ଓରାମ ଏହି ଚେତାବନୀ ଦେଇଛନ୍ତି I ‘ତତ୍କାଳ ଓଡ଼ିଶା’ ସେ କହିଛନ୍ତି ଯେ, “ଝାରସୁଗୁଡା ଜିଲ୍ଲାରେ ଆଦିବାସୀ ଲୋକଙ୍କ ପ୍ରତି ଅନ୍ୟାୟ କରାଯାଇଛି I ଚଞ୍ଚକତାକରି ଲୋକସଂଖ୍ୟା ପରିସଂଖ୍ୟାନକୁ ଅଦଳ ବଦଳ କରାଇଛି I ତାହା କୋଲାବିରା, କିରିମିରା ଓ ଲାଇକେରାରେ ହୋଇଛି I ଏହାକୁ ଆମେ ତୀବ୍ର ବିରୋଧ କରିବୁ I ତେବେ ଆଗାମୀ ଦିନରେ ଲଢେଇ ଜାରି ରହିବ I କୌଣସି ରାଜନୈତିକ ନେତା ଵା ଦଳକୁ ଏଥିରେ ସାମିଲ କରାଯିବ ନାହିଁ I”     
  • ଶ୍ରୀ ଓରାମ ପୁଣି କହିଥିଲେ,ସମ୍ମିଳିତ ଆଦିବାସୀ ସମାଜର ପ୍ରତିନିଧି ଦଳ ଦିଲ୍ଲୀରେ ଆଦିବାସୀ ମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, ସାଂସଦ, କାର୍ଯ୍ୟାଳୟ ମୁଖ୍ୟଙ୍କୁ ସାକ୍ଷାତ୍‌ କରି ଲଇକେରା, କିରିମିରା ଓ ଯୁଯୁମୁରାକୁ ଟିପିଏସ୍ ବ୍ଲକ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବିପତ୍ର ଦେବା ପରେ ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆମର ଦିଲ୍ଲୀ ଯାତ୍ରା ସଂପୂର୍ଣ୍ଣ ସଫଳ ହୋଇଛି। ଜିଲ୍ଲାର ଥିବା ଆଦିବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଦିବାସୀ କମିସନ ଅଧ୍ୟକ୍ଷ ହର୍ଷ ଚୌହାନ ଓ ସଦସ୍ୟ ଅନନ୍ତ ନାୟକଙ୍କୁ ଅନୁରୋଧ କରିଥିବା ସହିତ ଝାରସୁଗୁଡା ଜିଲ୍ଲାରେ ଆଦିବାସୀ ଜମିଜମା ସଂକ୍ରାନ୍ତିୟ ମାମଲା ବର୍ଷ ବର୍ଷ ଧରି ପଡ଼ି ରହିଥିବାନେଇ ସମାଜ ପକ୍ଷରୁ ସେମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା I ସେମାନେ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି I ତାହା କାର୍ଯ୍ୟକାରୀ ନ ହେଲେ ଆମେ ଆନ୍ଦୋଳନକୁ ଜୋରଦାର କରିବୁ ବୋଲି ସେ ସ୍ପଷ୍ଟ କରିଥିଲେ I  
  •  ସିଡ୍ୟୁଲ  ବ୍ଲକ ଦାବି ପ୍ରସଙ୍ଗରେ ଓରାମଙ୍କୁ ସମର୍ଥନ କରିଛନ୍ତି ସଂଗଠନର ସଚିବ ପଦ୍ମଲୋଚନ ବୁଦୁଲା, କାର୍ଯ୍ୟାଳୟ ସଚିବ ଲିଙ୍ଗରାଜ ପ୍ରଧାନ, ସଭ୍ୟ ତ୍ରିଲୋଚନ ତନସନା, ଶ୍ୟାମଲାଲ ନାଏକ, ଗଙ୍ଗାଧର ଭୋଇ, ଦୁର୍ଗାପ୍ରସାଦ ଭୋଇ, ଡମ୍ବରୁଧର ନାଏକ, ବିନୋଦ ବାଗ, ଫକୀର ନାଏକ, ରତ୍ନାକର ପ୍ରଧାନ, ଦୁବରାଜ ମୁଣ୍ଡା, ସୁବଳ ଧୁରୁଆ, ନିରଞ୍ଜନ ପ୍ରଧାନ, ସଂଯୁକ୍ତା ଓରାମ, ପୁଷ୍ପା ପ୍ରଧାନ ଓ ରଜନୀ ପ୍ରଧାନ ପ୍ରମୁଖ I

Leave A Reply

Your email address will not be published.