ଲାଗୁହେଲା ଫେବୃଆରୀ ମାର୍ଗଦର୍ଶିକା : କଣ ରହିଛି ଦେଖନ୍ତୁ..
..
ଭୁବନେଶ୍ୱର/ତତ୍କାଳ ଓଡିଶା ବ୍ୟୁରୋ
କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଗତ ୨୩ ତାରିଖ ଶନିବାର ମାର୍ଗଦର୍ଶିକା ଜାରି କରିବାର ସାତ ଦିନ ପରେ ରାଜ୍ୟ ସରକାର ଫେବ୍ରୁଆରୀ ମାସ ପାଇଁ ନୂଆ ଗାଇଡଲାନ୍ସ ଜାରି କରିଛନ୍ତି । ତାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି I
1 ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ନୂଆ ଗାଇଡଲାଇନ୍ ଲାଗୁ ହୋଇଛି ।2 ,ଫେବ୍ରୁଆରୀ ଗାଇଡଲାଇନରେ ପ୍ରାଥମିକ ସ୍କୁଲ ଖୋଲିପାରିବ । ସ୍କୁଲ ଖୋଲିବା ପୂର୍ବରୁ ଏସଓପି ଜାରି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ନୂଆ ମାର୍ଗଦର୍ଶିକା କଣ ରହିଛି ଦେଖନ୍ତୁ…
* କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ
* ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
* ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ମିଳିବ ଅନୁମତି
* ଇଂଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବ ବୈଷୟିକ ଶିକ୍ଷା ବିଭାଗ
* ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା, ଖୋଲାମଞ୍ଚ
* ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡ଼ିବ
* ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, ପାନ ସେବନ ମନା
* ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି
* ଖୋଲା ଜାଗାରେ ପଡ଼ିଆର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
* ସମାବେଶରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ଜରୁରୀ
* ବିବାହ ଓ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି
* ଏସଓପି ମାନି ଖୋଲା ଯାଇପାରିବ ସିନେମା ହଲ୍ ଓ ଥିଏଟର
*ଫେବ୍ରୁଆରୀ ୧ରୁ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
* ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ
* ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ
* ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡବିଧାନ