ଲତା ଦିଦିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର
– ଡାକ୍ତର କହିଲେ, ଭଗବାନଙ୍କ ନିକଟରେ କରନ୍ତୁ ପ୍ରାର୍ଥନା
- ମୁମ୍ବାଇ//TATKAL ODISHA// ବ୍ୟୁରୋ//
କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସ୍ୱର ସମ୍ରାଙ୍ଗୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଆଡକୁ ଆସୁଛି I ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଚିକିତ୍ସା କରୁଥିବା ଡାକ୍ତର ସମସ୍ତଙ୍କୁ ନିବେଦନ କରିଛନ୍ତି
ଗତ ଜାନୁଆରୀ ୮ରେ ୯୨ ବର୍ଷୀୟା ଲତାଦିଦି ପ୍ରଥମେ କରୋନା ଓ ପରେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ସେ ଏବେ ମୁମ୍ବାଇ ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ବି ଆଇସିୟୁରେ ଅଛନ୍ତି ।
ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ।ସମସ୍ତେ ଲତାଙ୍କ ଆଶୁ ଆରୋଗ୍ୟ କାମନା କରନ୍ତୁ ବୋଲି ମଧ୍ୟ କହିଛନ୍ତି ।
- ଦେଖନ୍ତୁ ଲତା ଦିଦିଙ୍କ ଉପରେ ପୂର୍ବ ରିପୋର୍ଟ…
ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି
ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି