ଲଘୁଚାପ ଯୋଗୁଁ ଶୀତ ବିଳମ୍ବିତ
- ଭୁବନେଶ୍ୱର,//TATKAL ODISHA//
ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ବଳୟ ଓ କ୍ଷେତ୍ର ସୃଷ୍ଟି ହେଉଥିବାରୁ ରାଜ୍ୟରେ ବିଳମ୍ବରେ ଶୀତ ଆସିବ I
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏହି ପୂର୍ବାନୁମାନ କରିଛି I
IMD କହିଛି ଯେ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି I ତାହା ଘନୀଭୂତ ହୋଇ ଲଘୁଚାପରେ ରୂପାନ୍ତରିତ ହେବ I
ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ I
ରେକର୍ଡ ଅନୁସାରେ ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ 1184.3 ମିମି ବର୍ଷା ରେକର୍ଡ କରାଯାଇଛି I ତାହା ସ୍ୱାଭାବିକ ବର୍ଷା ତୁଳନାରେ 8% ଅଧିକ ବୋଲି ଆକଳନ କରାଯାଇଛି I