ଲଘୁଚାପ ବର୍ଷା ଜାରି,୧୩ରେ ଆଉ ଏକ ଘୁର୍ଣ୍ଣିବଳୟ

0
  •  ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ କମିବ

ଭୁବନେଶ୍ୱର,//TATKAL ODISHA//
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ବର୍ଷା ଜାରି ରହିଛି I ନଭେମ୍ବର ୧୩ରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି  ହେବ I ଏହାକୁ ମିଶାଇ ଗୋଟିଏ ମାସରେ ତିନୋଟି ଲଘୁଚାପ ସୃଷ୍ଟି ହୋଇଛି I

ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୧୩ରେ ଲଘୁଚାପ ରୂପ ନେବ । ୧୪ରେ ଅବପାତ ଓ ୧୬ ସୁଦ୍ଧା ଗଭୀର ଅବପାତ ହୋଇପାରେ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୯ରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ। ପରେ ଏହା ସଂଲଗ୍ନ ତାମିଲନାଡୁରେ ୧୭ରୁ ୧୯ ଯାଏ ଭାରୀ ବର୍ଷା ହେବ ।

ଲଘୁଚାପ ପ୍ରଭାବରେ ସୋମବାର ଯାଏ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ ଓ କନ୍ଧମାଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ ।

 ପ୍ରଫେସର ଡ. ପଶୁପାଳକ କହିଛନ୍ତି ଯେ, ଲଘୁଚାପ ପ୍ରଭାବ ଯୋଗୁ ରବିବାର ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ୍‌ ବଢ଼ିବ l ତେବେ ସୋମବାର ଓ ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ କମିବ।ଦାରିଙ୍ଗିବାଡିରେ ପାରଦ ରାଜ୍ୟରେ ସବୁଠୁ ତଳେ ରହିଛି । ଏଠାର ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ ରହିଛି । ଫୁଲବାଣୀରେ ୧୫, କୋରାପୁଟରେ ୧୫.୨ ଓ ଝାରସୁଗୁଡାରେ ରାତି ତାପମାତ୍ରା ୧୬.୨ ଡିଗ୍ରୀ ରେକର୍ଡ ହୋଇଛି

ଅଧିକାଂଶ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୮ଡିଗ୍ରୀରୁ ଅଧିକ ରହିଛି 
ତେବେ  ଲଘୁଚାପ ଯୋଗୁ ରାଜ୍ୟରେ ପାଗ ପୁଣି ବଦଳିବ I

Leave A Reply

Your email address will not be published.