ଲଘୁଚାପ ଘନୀଭୂତ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

0

  • ଆକାଶ ରହିବ ମେଘାଛନ୍ନ
  • ଉପକୂଳ ଓଡିଶାରେ ହାଲକା ବର୍ଷା
  • ଶୀତର ପ୍ରକୋପ କମି ପୁଣି ବଢ଼ିବ

ଭୁବନେଶ୍ୱର//TATKAL ODHISHA//

 ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଭାରତ ଲଗାଣ ବର୍ଷା ଜାରି ରହିଥିଲେ ହେଁ  ଦକ୍ଷିଣ ଓ  ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ସମ୍ଭାବନା ରହିଛି I ସେଥିପାଇଁ ଆକାଶ ମେଘାଛନ୍ନ ରହିଛି I ଭୁବନେଶ୍ୱର ସମେତ କିଛି ସ୍ଥାନରେ ହାଲକା ବର୍ଷା ଜାରି ରହିଛି I

 ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ, ଓଡିଶାରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର, ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

୧୪ ଓ ୧୫ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବା ସହ ଉପକୂଳରେ ହାଲୁକା ବର୍ଷା ହେବ I ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇପାରେ । ଏଥିଯୋଗୁଁ ଶୀତର ପ୍ରକୋପ କମି ପୁଣି ଦୁଇ ଗୁଣ ହେବ ବୋଲି ପୂର୍ବାନୁମାନ କରାଯାଇଛି I 

Leave A Reply

Your email address will not be published.