ରେଳ ବଜେଟ୍ : ଓଡ଼ିଶାର କେଉଁ ପ୍ରକଳ୍ପକୁ କେତେ?

0
  • ଖୋର୍ଦ୍ଧା ରୋଡ -ବଲାଙ୍ଗୀର ମିଳିଥିଲା 520 କୋଟି, ଏବେ ମିଳିଲା 1000.50 କୋଟି
  • ୨୦୨୦-୨୧ରେ ଓଡ଼ିଶାକୁ ମିଳିଥିଲା ୪୩୭୩ କୋଟି
  • ୨୦୨୧-୨୨ରେ ମିଳିଛି ୬୯୯୫. ୫୮ କୋଟି 

ଭୁବନେଶ୍ୱର(,ତତ୍କାଳ ଓଡିଶା ) ରେଳ ବଜେଟରେ ଓଡ଼ିଶା ମାଗିଥିଲା ୭୨୦୦ କୋଟି ଟଙ୍କା । ଓଡିଶାକୁ ମିଳିଛି ୨୦୨୧-୨୨ ଆର୍ଥିକ ବର୍ଷରେ ୬୯୯୫. ୫୮ କୋଟି ଟଙ୍କା ମିଳିଛି । ହେଲେ ୨୦୨୦-୨୧ରେ ଓଡ଼ିଶାକୁ ମିଳିଥିଲା ୪୩୭୩ କୋଟି । ସେହି ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ପ୍ରକଳ୍ପ ପାଇଁ ୫୨୦ କୋଟି ମିଳିଥିଲାବେଳେ ଚଳିତ ବଜେଟ୍‌ରେ ମିଳିଛି ୧୦୦୦.୫୦ କୋଟି । ଅର୍ଥାତ ପୂର୍ବାପେକ୍ଷା ୯୨.୪୬ ପ୍ରତିଶତ ଅଧିକ । 
 ଚଳିତ ବର୍ଷ ରେଳ ବଜେଟ୍‌ରେ କିଛି ନୂଆ ଓ ପୁରୁଣା ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି । କେଉଁ ପ୍ରକଳ୍ପକୁ କେତେ ବ୍ୟୟବରାଦ ହୋଇଛି, ଦେଖନ୍ତୁ…

 ପ୍ରକଳ୍ପ ପାଇଁ ଅର୍ଥ ଆବଣ୍ଟନ

³ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍ (୯୮.୭ କିମି) – ୪୦୦ କୋଟି
³ ହରିଦାସପୁର-ପାରାଦୀପ ନୂଆ ରେଳଲାଇନ୍ (୮୨ କିମି) – ୧୦୦ କୋଟି
³ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ନୂଆ ରେଳଲାଇନ୍ (୨୮୯ କିମି) – ୧୦୦୦.୫୦ କୋଟି
³ ତାଳଚେର-ବିମଳାଗଡ଼ ନୂଆ ରେଳଲାଇନ୍ (୧୫୪ କିମି) – ୧୦ କୋଟି
³ ଜୟପୁର -ମାଲକାନଗିରି ନୂଆ ରେଳଲାଇନ୍ (୧୩୦ କିମି) – ୨୮ କୋଟି
³ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ (୩୮ କିମି) – ୧୫.୧୦ କୋଟି
³ ଖୋର୍ଦ୍ଧାରୋଡ୍‌-ବିଜୟନଗରମ ବାଏ ପାସ୍ – ୧୧ କୋଟି
³ ସମ୍ବଲପୁର-ତାଳଚେର ରୋଡ୍ ଡବଲିଂ (୧୭୪.୧୧ କିମି) – ୧୭୩.୮୨ କୋଟି
³ ସମ୍ବଲପୁର-ଟିଟିଲାଗଡ ରୋଡ୍ ଡବଲିଂ (୧୮୨.୧୧ କିମି) – ୨୦୦ କୋଟି
³ ଟିଟିଲାଗଡ-ବିଜୟନଗରମ ଥ୍ରୀ ଲାଇନ୍ (୨୬୪.୬ କିମି) – ୩୦୦ କୋଟି
³ ବାଂଶପାଣି-ଦୈତାରୀ-ଟମକା-ଜଖପୁରା (୧୮୦କିମି) – ୨୨୮ କୋଟି
³ ଭଦ୍ରକ- ନିର୍ଗୁଣ୍ଡି ତୃତୀୟ ଲାଇନ୍ (୮୦ କିମି) – ୨୨୯ କୋଟି
³ ଜରପଡ଼ା-ବୁଡାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍ – ୧୦୧ କୋଟି
³ ବୁଡାପଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ୍ – ୨୧୫ କୋଟି
³ ଜଗଦଲପୁର-କୋରାପୁଟ (୧୧୦ କିମି )- ୮୫ କୋଟି
³ ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍ (୨୦୬କିମି ) -୧୦୦ କୋଟି
³ ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍ -୨୩୦ କୋଟି
³ ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍ – ୨୨୫ କୋଟି
³ ବଙ୍ଗୋମୁଣ୍ଡା- ରାଞ୍ଚି ଦ୍ୱିତୀୟ ଲାଇନ୍‌-୩୨ କୋଟି
³ ବଙ୍ଗୋମୁଣ୍ଡା- ରାଉରକେଲା ଚତୁର୍ଥ ଲାଇନ୍‌-୨୯ କୋଟି
³ ବୃନ୍ଦାମାଳ ଝାରସୁଗୁଡ଼ା ଫ୍ଲାଏ ଓଭର(୬.୬ କିମି)-୨୦ କୋଟି

Leave A Reply

Your email address will not be published.