ରେଳ ଦୁର୍ଘଟଣା ଉପରେ ବକ୍ତୃତା ଦେଇ ଯିଏ ହୋଇଥିଲେ ବଡ଼ 

0

  • //TATKAL ODISHA//
  • *******************
  • ଗୁରୁକଲ୍ୟାଣ ମହାପାତ୍ର
  • ******************

ଭଦ୍ରକ ହାଇସ୍କୁଲର ଗୋଟିଏ ପିଲା।ହେଡମାଷ୍ଟର ଥାଆନ୍ତି ସ୍ଵର୍ଗତ ଗୋକୁଳାନନ୍ଦ ନାୟକ।୧୯୨୫ର କଥା,ପରୀକ୍ଷା କରି ପିଲାଟିକୁ ନେଲେ ସେ ଷଷ୍ଠ ଶ୍ରେଣୀରେ।ମାଷ୍ଟର ଥାଆନ୍ତି ନିଧି ପଣ୍ଡିତେ,ଉଦୟ ପଣ୍ଡିତେ,ଆନନ୍ଦ ଚନ୍ଦ୍ର କୁଣ୍ଡୁ ପ୍ରଭୃତି। ଏ ମାନଙ୍କ ଛଡ଼ା ଆଉଜଣେ ଶିକ୍ଷକ ଥିଲେ,ସେ ହେଉଛନ୍ତି ବିଶିଷ୍ଟ ଲେଖକ,କବି ସ୍ୱର୍ଗତଃ ଉପେନ୍ଦ୍ର ପ୍ରସାଦ ମହାନ୍ତି।

(ନିତ୍ୟାନନ୍ଦ ମହାପାତ୍ର : ଜୁନ ୧୭ରେ ୧୧୨ତମ ଜୟନ୍ତୀ ଉପଲକ୍ଷେ)

ସର୍ବୋପରି ପିଲାଟିର ଜୀବନରେ ପ୍ରଭାବ ପକାଇଥିଲେ ଯେଉଁ ଶିକ୍ଷକ,ସେ ଶିକ୍ଷକ ନୁହନ୍ତି ଜଣେ ପଣ୍ଡିତ।ତାଙ୍କ ନାମ ନୀଳକଣ୍ଠ ମିଶ୍ର।ସପ୍ତମ ଶ୍ରେଣୀରେ ପଢ଼ିବା ବେଳେ ସ୍କୁଲରେ ପ୍ରବର୍ତ୍ତିତ ହେଲା ଡିବେଟିଂ କ୍ଳବ୍।ଶନିବାର ଦିନ ହାଫ୍ ଛୁଟି ପରେ ଡିବେଟିଂ କ୍ଳବ୍ ବସେ।ବିଷୟ ନିର୍ଦ୍ଦିଷ୍ଟ ଥାଏ ଆଲୋଚନା ପାଇଁ।

ଦିନକର କଥା,ସେ ଦିନର ଡିବେଟିଂ କ୍ଲବରେ ଆଲୋଚନାର ବିଷୟ ଥାଏ – ରେଲୱେର ଉପକରିତା।ପିଲାଟି ଭାଗ ନେଇଥାଏ ବିପକ୍ଷରେ କହିବାକୁ।ସଭାପତି ଥାଆନ୍ତି ଉପେନ୍ଦ୍ର ବାବୁ,ସହକାରୀ ପ୍ରଧାନ ଶିକ୍ଷକ।ଆଲୋଚନାର ବିପକ୍ଷରେ କହିଲା ସେ ପିଲାଟି। ସର୍ବସାଧରଣରେ ବକ୍ତୃତା ଦେବା ସେହି ପିଲାଟି ଜୀବନରେ ତାର ପ୍ରଥମ। କହୁଁ କହୁଁ  ସେ ଗୋଟିପଣେ ଥରୁ ଥାଏ,କାନ୍ଦି ମଧ୍ୟ ପକାଇଲା ରେଳ ଦୁର୍ଘଟଣା ବିଷୟରେ ବର୍ଣ୍ଣନା କଲାବେଳେ।ସଭା ଶେଷରେ ସଭାପତି ବିଷୟବସ୍ତୁର ସପକ୍ଷରେ ମତ ଦେଲେ।କିନ୍ତୁ ସେହି ପିଲାଟିର ବକ୍ତୃତାରେ ଏତେ ସନ୍ତୁଷ୍ଟ ହୋଇଥିଲେ ଯେ,ତା ଜୀବନର ଏକ ଉଜ୍ଜ୍ୱଳ ଭବିଷ୍ୟତ ସମ୍ବନ୍ଧରେ ସେ ଆଶାନ୍ଵିତ ହୋଇ କେତେକଥା କହି ପକେଇଲେ।’

ପିଲାଟିଏ – ନିତ୍ୟାନନ୍ଦ ମହାପାତ୍ର,୧୯୮୩ରେ ଭଦ୍ରକ ହାଇସ୍କୁଲର ଶତବାର୍ଷିକ ଉତ୍ସବ ଉପଲକ୍ଷେ ଲିଖିତ ଓ କେନ୍ଦ୍ରୀୟ ସାହିତ୍ୟ ଏକାଡେ଼ମୀଙ୍କ ଦ୍ବାରା ପ୍ରକାଶିତ ‘ନିତ୍ୟାନନ୍ଦ ମହାପାତ୍ର ସଂଚୟନରେ ସ୍ଥାନିତ।

ନିତ୍ୟାନନ୍ଦ ଏହିଲେଖାକୁ ଭିନ୍ନ ଏକ ଶୈଳୀରେ ଲେଖିଥିଲେ ଓ ଲେଖାର ଶେଷ  ଅଂଶଟି ଥିଲା ଏହିପରି – ଦୁଖର କଥା,ଠିକ୍ ତିନି ଚାରିମାସ ପରେ ସେ ପିଲାଟି ଯେପରି ଲବଣ ସତ୍ୟାଗ୍ରହରେ ଯୋଗଦେଇ ଏକବର୍ଷ ସକାଶେ କାରା ବରଣ  କଲା,ତାର ବିଚାରକ ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟ,ତାକୁ ଜଣେ ସମ୍ଭ୍ରାନ୍ତ ବଂଶୀୟ ବୋଲି ପ୍ରଥମ ଶ୍ରେଣୀ କଏଦୀ ଭାବରେ ଘୋଷଣା କରିଥିଲେ ମଧ୍ୟ ସେହି କଲେକ୍ଟର ସାହେବ ଯିଏ ତାଙ୍କୁ ଉପହାର ଦେଲାବେଳେ ହେଣ୍ଡସେକ୍ କରିଥିଲେ ସେ ପୁଣି ‘ସି’ କ୍ଲାସ କଏଦୀ ହିସାବରେ କାରା ବରଣ କରିବାକୁ ଆଦେଶ ଦେଲେ।ସେ ପିଲାଟିର ନାମ ହେଉଛି ନିତ୍ୟ।ନନ୍ଦ ମହାପାତ୍ର। ‘

ନିତ୍ୟାନନ୍ଦ ମହାପାତ୍ର କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ନୁହେଁ,ଜଣେ ସଚ୍ଚୋଟ ରାଜନେତା ଭାବେ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଓଡ଼ିଶାରେ ଲୋକପ୍ରିୟ ଥିଲେ।

ନିତ୍ୟାନନ୍ଦ ମହାପାତ୍ର କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ନୁହେଁ,ଜଣେ ସଚ୍ଚୋଟ ରାଜନେତା ଭାବେ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଓଡ଼ିଶାରେ ଲୋକପ୍ରିୟ ଥିଲେ।

ଓଡ଼ିଶା ବିଧାନସଭାରେ ସେ ବିଧାୟକ ଭାବେ କମିଟି ସଦସ୍ୟ ଭାବେ, ବିଧାନସଭାର ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ସଭାପତିଙ୍କୁ ‘ବାଚସ୍ପତି’ ବୋଲି କୁହାଯିବାକୁ ସେ ଦେଇଥିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ଓଡ଼ିଶାରେ ଗୃହୀତ ହେବାପରେ,ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ତାହା ପ୍ରଚଳିତ ହୋଇଥିଲା।

ସେ ଜଣେ ବିଶିଷ୍ଟ ସାହିତ୍ୟିକ ମଧ୍ୟ ଥିଲେ।ତାଙ୍କ ରଚିତ ଚରିତ ଉପନ୍ୟାସ ‘ନାହମ୍ ତିଷ୍ଠାମୀ ବୈକୁଣ୍ଠେ ‘ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବାବେଳେ,ତାଙ୍କ ରଚିତ ‘ଘରଡ଼ିହ ‘ ଉପନ୍ୟାସ ମଧ୍ୟ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପରସ୍କାରପ୍ରାପ୍ତ ପୁସ୍ତକ।ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର  କୁହା ଯାଉଥିବା ‘ଅତିବଡ଼ି ‘ ପୁରସ୍କାର ମଧ୍ୟ ଲାଭ କରିଥିଲେ।

————————

  • ଗୁରୁ କଲ୍ୟାଣ ମହାପାତ୍ର,
  • (ଲେଖକ ଜଣେ ସାମ୍ବାଦିକ,ସାହିତ୍ୟିକ ଓ ରାଜ୍ୟ ସରକାରଙ୍କ ପତ୍ରିକା  ‘ଉତ୍କଳ ପ୍ରସଙ୍ଗ ‘ ର ପୂର୍ବତନ ମୁଖ୍ୟ ସମ୍ପାଦକ।)
  • ମୋବାଇଲ ନମ୍ବର:୯୪୩୭୦ ୧୨୧୨୩

Leave A Reply

Your email address will not be published.