ରାୟଗଡ଼ାରେ କଲଭର୍ଟ ଭାଙ୍ଗି 5 ମୃତ: 4 ଲକ୍ଷ କରି ଅନୁକମ୍ପା ସହାୟତା
ମୁଖ୍ୟମନ୍ତ୍ରୀଙ୍କ ଶୋକ ଓ ସହାୟତା ଘୋଷଣା
- ରାୟଗଡା,ଭୁବନେଶ୍ବର
- // TATKAL ODISHA//
- 31 ଜୁଲାଇ ୨୦୨୩
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ 5 ଜଣଙ୍କ ମୃତ୍ୟୁ ହୋଉଛି I
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି I ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତିI
ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି.