ରାସ୍ତାରେ ଆଣ୍ଠୁଏ ପାଣି, ଠିକାଦାର ଛୁ : ବିଧାୟକଙ୍କ ନିର୍ଦେଶକୁ ଇଞ୍ଜିନିଅରଙ୍କ ବେଖାତିର
ଭୁବନେଶ୍ୱର//TATKAL ODISHA//
ସରକାର ବଦଳିଲା I ବିଧାୟକ ବି ବଦଳିଲେ I ହେଲେ ବଦଳିଲେ ନାହିଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିଅର I ମାଡ଼ି ମକଚି ଜାବୋଡ଼ି ଧରିଛନ୍ତି ନିଜ ଆସନକୁ I ପୂର୍ବ ବିଧାୟକଙ୍କ ସହ ସେ ଏମିତି ‘ଫେବିଫିକ୍ସ’ ହୋଇ ଯାଇଥିଲେ ଯେ’ ଏବର ବିଧାୟକଙ୍କୁ ତାଙ୍କର ଖାତିର ନାହିଁ I
ବିଧାୟକ ଯାହା ନିର୍ଦେଶ ଦେଲେ ବି ସମ୍ପୃକ୍ତ ଇଞ୍ଜିନିଅର ‘ଫୁ’ କରି ଉଡ଼ାଇ ଦେଉଛନ୍ତି I
ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, ହେଲେ ଘଟଣାଟି ସତ I ଏହା ଶିଶୁପାଳଗଡ଼ ଓ ନନ୍ଦିଘୋଷ ନଗରରେ ଘଟିଛି I
ଏବର ଏକାମ୍ର ନୂଆ ବିଧାୟକ ଆଣ୍ଠୁଏ କାଦରେ ପଚ ପଚ ହେଉଥିବା ରାସ୍ତାର ଦୁରବସ୍ଥାକୁ ସୁଧାରିବା ନେଇ ଦାୟିତ୍ୱରେ ଥିବା ଇଂଜିନିୟରଙ୍କୁ ନିର୍ଦେଶ ଦେଇଥିଲେ ହେଁ ସେ ତାହାକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି I
- ଫଳରେ ଉକ୍ତ ଅଞ୍ଚଳରେ ରହୁଥିବା ଲୋକେ ସହଜରେ ଯାଆଆସ କରି ପାରୁ ନାହାନ୍ତି I
- ଆମ୍ବୁଲାନ୍ସ ଵା କୌଣସି ଜରୁରୀ ଗାଡ଼ି ରୋଗୀ ଆଣିବାକୁବି ଯିବା ଅସମ୍ଭବ ହୋଇଛି I
- 9.5 କୋଟି ଟଙ୍କାର କାର୍ଯ୍ୟ କରିଥିବା ଠିକାଦାର ରାସ୍ତା ଖୋଳି ଛୁ ମାରିଛି I
- ପିଲେ ସ୍କୁଲ ଯାଇ ପାରୁ ନାହାନ୍ତି I
- ଅଫିସ ଯିବା ଅସମର୍ଥ ହୋଇଛି I
- ଲୋକେ ଏକ ପ୍ରକାର ବନ୍ଦୀ ହୋଇ ରହିଛନ୍ତି I
- ବିଧାୟକ କାର୍ଯ୍ୟନିର୍ବାହୀ ଇଂଜିନିୟରଙ୍କୁ ଫୋନ କଲେ ବି ଉଠାଉ ନାହାନ୍ତି I ତେଣୁ ସ୍ଥାନୀୟ ବାସିନ୍ଦାଙ୍କ କଥା ଶୁଣିବ କିଏ?
ଇଞ୍ଜିନିଅରଙ୍କ ଆଚରଣରେ ଅତିଷ୍ଟ ହୋଇ ବିଧାୟକ କିଛି କରି ପାରି ରାଗରେ ତମ ତମ ହୋଇଥିବା ଜଣାପଡ଼ିଛି I ରାଜଧାନୀ ଟଳି ଅଂଚଳର ଏଇ ହେଉଛି ବାସ୍ତବ ରୂପ I ଏନେଇ ତଦନ୍ତ ହେବା ଉଚିତ ବୋଲି ଦାବି ହୋଇଛି I