ରାତି 8ରୁ ପାର୍ବଣ କର୍ଫ୍ୟୁ : ମଦୁଆ ସାବାଡ଼

0

  • ଆସନ୍ତା 20 ଯାଏ ଲାଗୁ 

ଭୁବନେଶ୍ୱର//TATKAL ODISHA//

କୋଭିଡ କଟକଣା ଭିତରେ ହେଉଛି ଶାରଦୀୟ ଦୁର୍ଗାପୂଜା I ସଂକ୍ରମଣ ଆଶଙ୍କାରେ କଟକ, ଭୁବନେଶ୍ୱରରେ ଟୁଇନ୍ ସିଟିରେ ରାତି ୮ଟାରୁ ଲାଗିବ ରାତ୍ରିକାଳୀନ କର୍ଫ୍ୟୁ । ସକାଳ ୫ଟା ଯାଏ ବଳବତ୍ତର ରହିବ I ଆସନ୍ତା ୨୦ ଯାଏକଟକଣା ଲାଗୁ ହେବ I

ଚେକିଂ ଜୋରଦାର

  ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି କରିବା ପାଇଁ ମୁତୟନ ହୋଇଛନ୍ତି  ୩୨ ପ୍ଲାଟୁନ୍ ଫୋର୍ସ । ତଦାରଖ କରୁଛନ୍ତି ଶହେ ପୋଲିସ ଅଫିସରI  ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ଅପିଲ କରିଛି କମିଶନରେଟ ପୋଲିସ ।

ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ସହ ଜୋର ଦବରଦସ୍ତ ଚାନ୍ଦା ଆଦାୟ ଉପରେ ନଜର ରଖାଯାଇଛି ।

ବେଆଇନ ମଦ କାରବାର ଉପରେ  ସ୍ୱତନ୍ତ୍ର ନଜର ପାଇଁ  ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିଛି କମିଶନରେଟ ପୋଲିସ । 

Leave A Reply

Your email address will not be published.