ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

0
  • ଭୁବନେଶ୍ୱର//TATKAL ODISHA//

ଖାଲି ଥିବା ତିନି ରାଜ୍ୟସଭାରେ ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି I

ବିଧାନସଭାର ସଦସ୍ୟମାନଙ୍କ ଦ୍ବାରା ରାଜ୍ୟସଭାକୁ ତିନି ଜଣ ସଦସ୍ୟ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ବିଧବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି I

ଉକ୍ତ ବିଜ୍ଞପ୍ତି ମଧ୍ୟ ଆମ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ବିଧବଦ୍ଧ ଭାବେ ଓଡ଼ିଶା ରାଜପତ୍ରରେ ପୁନଃ ପ୍ରକାଶ ପାଇଛି ।

  • ଉକ୍ତ ବିଜ୍ଞପ୍ତି ଅନୁଯାୟୀ

ମଙ୍ଗଳବାର 24.5.2022 ରିଖ ଠାରୁ ତା 31.5.2022 ରିଖ ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ପ୍ରକାଶିତ ଛୁଟି ଦିବସ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ପୂର୍ବାହ୍ନ 11 ଘଟିକା ଠାରୁ 3 ଘଟିକା ପର୍ଯ୍ୟନ୍ତ ବିଧାନସଭା ସଚିବାଳୟର କନଫରେନ୍ସ ହଲରେ ମନୋନୟନ ପତ୍ର ଦାଖଲ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଅଛି ।

• ତା 01.6.2022 ରିଖ ପୂର୍ବାହ୍ନ 11.30 ମିନିଟରେ ଦାଖଲ କରାଯାଇଥିବା ମନୋନୟନ ପତ୍ର ଉପରୋକ୍ତ ସ୍ଥାନରେ ଯାଞ୍ଚ କରାଯିବ ।

• ତା 03.6.2022 ରିଖ ଅପରାହ୍ନ 3 ଘଟିକା ମଧ୍ୟରେ ମନୋନୟନ ପତ୍ର ପ୍ରତ୍ୟାହାର କରାଯାଇପାରିବ ।

• ଆବଶ୍ୟକ ହେଲେ ତା 10.6.2022 ରିଖ ଦିନ ପୂର୍ବାହ୍ନ ୨ ଘଟିକା ଠାରୁ ଅପରାହ୍ନ 4 ଘଟିକା ମଧ୍ୟରେ ବିଧାନସଭା ସଚିବାଳୟର 54 ନଂ କମିଟି ପ୍ରକୋଷ୍ଠରେ ଭୋଟ ଗ୍ରହଣ କରାଯିବ ।

ଏ ସଂପର୍କୀତ ନୋଟିସ୍ ଓଡ଼ିଶା ବିଧାନସଭା ସଚିବାଳୟର ନୋଟିସ୍ ବୋର୍ଡରେ ପ୍ରକାଶିତ କରାଯାଇଅଛି ଏବଂ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ,ପଞ୍ଚାୟତ ସମିତି,ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ଏହା ପ୍ରକାଶ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି ।

  • TATKAL ODISHAରେ ଦେଖନ୍ତୁ ପୂର୍ଵ ରିପୋର୍ଟ…

// ଚର୍ଚ୍ଚାରେ //
ସସ୍ମିତ,ଅମାତ,ମାନସଙ୍କୁ ରାଜ୍ୟସଭା ମୁକୁଟ ?

ସସ୍ମିତ,ଅମାତ,ମାନସଙ୍କୁ ରାଜ୍ୟସଭା ମୁକୁଟ ?

Leave A Reply

Your email address will not be published.