ରାଜ୍ୟସଭା ଦୌଡ଼ : ମମତାଙ୍କ ସ୍ଥାନରେ ମନମୋହନ? 

0

ସେପ୍ଟେମ୍ବର 3ରେ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର//TATKAL ODISHA //

ଏକୋଇଶି  ମାସ କାର୍ଯ୍ୟକାଳ ବାକି ଥାଇ ନିଜ  ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିବା ମମତା ମହାନ୍ତଙ୍କ ସ୍ଥାନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯିବେ I 

ଏନେଇ ଦିଲ୍ଲୀ ହାଇକମାଣ୍ଡ ସବୁଜ ସଂକେତ ଦେଇଥିବା ଏକ ସୂତ୍ରରୁ ଜଣାପଡିଛି I  ସେପ୍ଟେମ୍ବର 3ରେ ରାଜ୍ୟସଭା ଉପନିର୍ବାଚନରେ ତାହା ସ୍ପଷ୍ଟ ହୋଇଯିବ I ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଏହି ଆସନରେ ବିଜୟୀ ହେବା ନିଶ୍ଚିତ I 

  ମିଳିଥିବା ତଥ୍ୟାନୁସାରେ ମନମୋହନଙ୍କୁ କିଛି ଦିନ ପୂର୍ବରୁ   ଦିଲ୍ଲୀ ଡକା ଯାଇ ବିସ୍ତୃତ ଆଲୋଚନା କରାଯାଇଛି I କେନ୍ଦ୍ର ନେତୃତ୍ୱ ଯାହା ଚାହିଁବେ ସେଥିରେ ସେ ରାଜି ଥିବା ଦର୍ଶାଇଛନ୍ତି I କାରଣ ଗତ ନିର୍ବାଚନରେ ମନମୋହନଙ୍କ କାର୍ଯ୍ୟ ଦକ୍ଷତାକୁ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ପସନ୍ଦ କରିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି I 

 ତେବେ ମନମୋହନଙ୍କୁ ଦୁଇଟି ଅଫର ଦିଆଯାଇଛି I 

ପ୍ରଥମଟି ହେଉଛି -ରାଜ୍ୟସଭା ଓ ଦ୍ବୀତୀୟଟି ହେଉଛି -ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ I 

ଅନ୍ୟ ଦୁଇ ବରିଷ୍ଠ ନେତା ବି ତାଲିକାରେ ଥିଲେ ହେଁ ପଛରେ ପଡ଼ିଯାଇଛନ୍ତି I ସେମାନେ ହେଉଛନ୍ତି –ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ I 

ପ୍ରକାଶ ପାଇଲା ବିଜ୍ଞପ୍ତି : ତାରିଖ ଘୋଷଣା 

  ବୁଧବାର ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ  ଏହାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।ଓଡ଼ିଶା ସମେତ ୯ ରାଜ୍ୟରେ ଖାଲିପଡ଼ିଥିବା ୧୨ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ I ତେବେ ଅଗଷ୍ଟ  ୧୪ରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ । ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଓଡ଼ିଶା ପାଇଁ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅଗଷ୍ଟ ୨୭ । ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର ୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ହେବ । ସେହିଦିନ ଅପରାହ୍ନ ୫ଟାରେ ଭୋଟଗଣତି ହୋଇ ଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.