ରାଜ୍ୟରେ କରୋନା କାୟା ବଢ଼ି ଚାଲିଛି
ରାଜ୍ୟରେ କରୋନା କାୟା ବଢ଼ି ଚାଲିଛି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି ।
ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଭୂତାଣୁ ସଂକ୍ରମିତ ଅଛନ୍ତି । ଚାରି ଜଣ ପୁରୁଷ ଓ ଦୁଇ ମହିଳାଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମ ଜିଲ୍ଲାର ୪୧ ବର୍ଷୀୟ, ୬୩ ବର୍ଷୀୟ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି । ସେମାନଙ୍କର ଉଚ୍ଚ ରକ୍ତଚାପ ଥିଲା ।