ରାଜସ୍ବ ବିଭାଗର ନୂଆ କମିଟି :ସ୍ଥାବର ସମ୍ପତ୍ତିର ହେବ ବଜାର ମୂଲ୍ୟ ନିର୍ଦ୍ଧାରଣ
ଭୁବନେଶ୍ୱର//TATKAL ODISHA//
ବହୁ ବିଳମ୍ବ ହେଲେ ବି ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଏକ ଉଚ୍ଚସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛି I
ଜମି ଜବରଦଖଲ ଓ ବେଆଇନ ଆପାର୍ଟମେଣ୍ଟ ନେଇ ବିଧାନସଭା ସର୍ଗରମ୍ ହୋଇଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏକ ଉଚ୍ଚସ୍ତରୀୟ କମିଟି ।
ସ୍ଥାବର ସମ୍ପତ୍ତିର ହେବ ବଜାର ମୂଲ୍ୟ ନିର୍ଦ୍ଧାରଣ
ଉକ୍ତ କମିଟିର ରିପୋର୍ଟ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ନବ ଗଠିତ କମିଟିରେ କେଉଁମାନେ ଅଛନ୍ତି ଦେଖନ୍ତୁ.
- ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଶଶଧର ନାୟକ ଅଧ୍ୟକ୍ଷ
- ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ଦିଗନ୍ତ ରାଉତରାୟ ସଦସ୍ୟ ସଂଯୋଜକ ।
- ସଦସ୍ୟ ବୃନ୍ଦ : ଇନ୍ସପେକ୍ଟର ଜେନେରାଲ ସୁବ୍ରତ ସତପଥୀ, କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ା, ଦକ୍ଷିଣାଞ୍ଚଳ ଡେପୁଟି ଆଇଜିଆର୍ ଶ୍ରୀକାନ୍ତ କୁମାର ବେହୁରା ଏବଂ ସମ୍ବଲପୁରସ୍ଥ ଉତ୍ତରାଞ୍ଚଳ ଡେପୁଟି ଆଇଜିଆର ଦେବରାଜ୍ ମହାନ୍ତି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।