ରାଜନୀତି ଓ ସାହିତ୍ୟ

0

  • ଗୁରୁକଲ୍ୟାଣ ମହାପାତ୍ର

ଆମ ରାଷ୍ଟ୍ର ଓ ରାଜ୍ୟରେ ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ଆମେ ଅତିକ୍ରମ କରିବାପରେ ଆମ ଗଣତନ୍ତ୍ର ଓ ସାଧରଣତନ୍ତ୍ରର ୭୫ ବର୍ଷରେ ଆମେମାନେ ପାଦ ପକାଇଛୁଁ।

ଇତି ମଧ୍ୟରେ ଆମେ ୨୦୨୪ର ସାଧାରଣ ନିର୍ବାଚନରେ ଭାଗ ନେଇଛୁଁ। ସେହିପରି ଏହି ରାଷ୍ଟ୍ର ବା ରାଜ୍ୟର ସାହିତ୍ୟ ମଧ୍ୟ ରାଜନୀତି ପରି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଛି।

ଯାହା ମନେ ହେଉଛି ଉଭୟ ରାଜନୀତି ଓ ସାହିତ୍ୟର ମର୍ଯ୍ୟାଦା ଆଉ ପୂର୍ବପରି ନାହିଁ।ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ଅପବାଦ ରଟନା ବେଶ୍ ବିରକ୍ତି ସୃଷ୍ଟି କରୁଛି।ସେହିପରି ବହୁ ବ୍ୟକ୍ତିଙ୍କର ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ସାହିତ୍ୟ ଥିବା ବେଳେ,ଏବେ ତାହା ଜନ ସାଧାରଣଙ୍କୁ ଆକୃଷ୍ଟ କରି ପାରୁ ନାହିଁ।ଏପରି ପରିସ୍ଥିତି କେବେ ଉପୁଜି ନଥିଲା।

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀକୁ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲେଖକ ଅକ୍ତିଆର କରି ରଖିଥିବାବେଳେ ରାଜ୍ୟ ସାହିତ୍ୟ ଏକାଡ଼େମୀର ସମଦଶା ବୋଲି ଅନେକ ସଚେତନ ଲେଖକ ଓ ଲେଖିକା ଅନୁଭବ କରୁଛନ୍ତି।

ବଡ଼ କଥା ହେଲା,ଅନେକ ବଡ଼ ବଡ଼ ଲେଖକ ରାଜନୀତି ବା ସାହିତ୍ୟ ବିଷୟରେ ମମୁହଁ ଖୋଲି କିଛି କହି ପାରୁ ନାହାଁନ୍ତି।

ଆସନ୍ତା ଜୁନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ସରିଯିବା ପରେ କିଏ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବେ,ସେ ବିଷୟରେ କେହି କିଛି ସ୍ପଷ୍ଟ କହି ପାରୁ ନାହାଁନ୍ତି।କେନ୍ଦ୍ରୀୟ ସାହିତ୍ୟ ଏକାଡେ଼ମୀ ତ ନିର୍ଦ୍ଦିଷ୍ଟ କେତେକ ଓଡ଼ିଆ ଲେଖକଙ୍କୁ ଧରି ଚାଲିଥାଏ।ରାଜ୍ୟ ସାହିତ୍ୟ ଏକାଡେମୀର ନିଷ୍କ୍ରିୟତା ବିଷୟରେ ଅଭିଯୋଗ ହୋଇ ଆସୁଛି।ସରକାର ପୁରସ୍କାର ରାଶି ପ୍ରତ୍ୟେକ ବିଭାଗର ବହିପାଇଁ ୨ ଲକ୍ଷ ଟଙ୍କା ଓ ସମ୍ବର୍ଦ୍ଧନା ପାଇଁ ୧ ଲକ୍ଷ ଟଙ୍କା କରିଛନ୍ତି।ସେଥିପାଇଁ କାହା କାହା ମଧ୍ୟରେ ହୀନ ପ୍ରତିଦ୍ବନ୍ଦିତା ମଧ୍ୟ ଚାଲିଛି ବୋଲି କୁହା ଯାଉଛି।ସମ୍ଭବତଃ ୨୦୧୭ରୁ ପୁରସ୍କାର ଲେଖକମାନଙ୍କୁ ପ୍ରଦାନ କରାଯାଇନାହିଁ।କୋଣାର୍କରେ ପ୍ରକାଶିତ ଲେଖାର ପ୍ରାପ୍ୟ ବର୍ଷ ବର୍ଷ ଧରି ମିଳୁନାହିଁ।ଆଜିର ଦିବସରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ ଓ ଉପ ସଭାପତି ସଂଗ୍ରାମ ଜେନାଙ୍କ କାର୍ଯ୍ୟକାଳ ସରି ଯାଉଛି।ସେମାନେ କିଛି ଆଖିଦୃଶିଆ କାମ କରି ପାରିଛନ୍ତି କି?ଅଥଚ ଅକାଳରେ ମୁତ୍ୟୁ ବରଣ କରିଥିବା ଏହାର ସଚିବ,ସୁଲେଖକ ପ୍ରବୋଧ ରାଉତ କିଛି କାମ କରିଥିଲେ।ଏହାହିଁ ଦୁର୍ଭାଗ୍ୟ ଆମ ରାଜନୀତି ଓ ସାହିତ୍ୟର।

  • ଲେଖକ ଜଣେ ବରିଷ୍ଠ କବି,ପ୍ରାବନ୍ଧିକ ଓ ସାମ୍ୱାଦିକ ତଥା ପୂର୍ବତନ ମୁଖ୍ୟ ସମ୍ପାଦକ ‘ଉତ୍କଳ ପ୍ରସଙ୍ଗ ‘
  • ଭୁବନେଶ୍ୱର,
    ଫୋନ ନଂ:୯୪୩୭୦ ୧୨୧୨୩

Leave A Reply

Your email address will not be published.