ରାଜଧାନୀ କୋଚ ସହ ପୁରୀ- ହଟିଆ- ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ

0

  • ଦେଶରେ ଯାତ୍ରୀ ସୁବିଧାରେ ସବୁଠୁ ଅଧିକ ଗୁରୁତ୍ୱ ପାଇଥିବା ରାଜ୍ୟ ହେଉଛି ଓଡିଶା – ଧର୍ମେନ୍ଦ୍ର ପ୍ରଧାନ
  • o ତପସ୍ୱିନୀ ଏକ୍ସପ୍ରେସରେ ନୂଆ ଅତ୍ୟାଧୁନିକ ସୁବିଧା ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ
    o କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଯାତ୍ରୀମାନଙ୍କ ଦାବୀ ପୂରଣ କରିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ
    o ଗତ ବର୍ଷ ଅକ୍ଟୋବର ୨ରେ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ରେଢ଼ାଖୋଲ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
    o ଯାତ୍ରୀଙ୍କ ଅନୁରୋଧ କ୍ରମେ ଅକ୍ଟୋବର ୫ ତାରିଖରେ ତପସ୍ୱିନୀ ଏକ୍ସପ୍ରେସକୁ ଏଲଏଚବି କୋଚରେ ପରିଣତ କରିବା ପାଇଁ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ
    o ରେଳବାଇର ଅର୍ଥନୀତିରେ ଓଡ଼ିଶାର ବଡ଼ ଯୋଗଦାନ
    o ମୋଦି ସରକାର ଓଡ଼ିଆ ଲୋକଙ୍କ ହକ୍‌କୁ ନ୍ୟାୟ ଦେଇଛନ୍ତି
    o ଟଙ୍କା ଦେବାରେ ଓଡ଼ିଶାକୁ କେବେ ଅବହେଳା କରାଯାଇନାହିଁ

ଭୁବନେଶ୍ୱର,//TATKAL ODISHA

ମୋଦି ସରକାରରେ ଓଡିଶା ଦେଶରେ ଯାତ୍ରୀ ସୁବିଧାରେ ସବୁଠୁ ଅଧିକା ଗୁରୁତ୍ୱ ପାଉଅଛି ବୋଲି ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରାଜଧାନୀ କୋଚ୍ ସହ ପୁରୀ- ହଟିଆ-ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯାତ୍ରୀଙ୍କୁ ଉତମ ଓ ଆରାମଦାୟକ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପାରମ୍ପାରିକ କୋଚ ଗୁଡ଼ିକୁ ଅତ୍ୟାଧୁନିକ ଲିଙ୍କେ-ହୋଫବାନ-ବୁଶ(ଏଲଏଚବି) କୋଚ୍ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରୁ ଆରମ୍ଭ ହୋଇ ଝାଡ଼ଖଣ୍ଡର ରାଜଧାନୀ ରାଂଚି ପର୍ଯ୍ୟନ୍ତ ଯିବାକୁ ଥିବା ତପସ୍ୱିନୀ ଏକ୍ସପ୍ରେସରେ ନୂଆ ଅତ୍ୟାଧୁନିକ ଏଲଏଚବି ବା ରାଜଧାନୀ କୋଚ୍ ଗୁଡ଼ିକ ଉଚ୍ଚ ଶ୍ରେଣୀର କୋଚ୍ । ଏହା ନିଶ୍ଚିତ ଭାବେ ଯାତ୍ରୀ ମାନଙ୍କୁ ଅଧିକ ଉତମ, ନିରାପଦ ଏବଂ ଆରାମଦାୟକ ସୁବିଧା ଯୋଗାଇବ ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ସହ ମୋର ଭାବାଗତ ସମ୍ପର୍କ ରହିଛି । ଏହି ସବୁ ଅପାର ସମ୍ଭାବନାର ରାଜ୍ୟ ଗୁଡ଼ିକରେ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ରାଜ୍ୟର ଯାତ୍ରୀମାନେ ଏହି ଅତ୍ୟାଧୁନିକ ସୁବିଧା ପାଇ ବିଶେଷ ଭାବରେ ଉପକୃତ ହୋଇପାରିବେ ଏବଂ ରାଜ୍ୟ ଭିତରେ ଭାବର ଆଦାନପ୍ରଦାନ ମଧ୍ୟ ସୁଦୃଢ଼ ହେବ ।

ରେଳବାଇର ଅର୍ଥନୀତିରେ ଓଡ଼ିଶାର ବଡ଼ ଅବଦାନ ରହିଥିବା ବେଳେ ମୋଦି ସରକାରରେ ଓଡ଼ିଶାର ରେଳବାଇ କ୍ଷେତ୍ର ତଥା ଏହାର ଭିତିଭୂମି ବିକାଶ ପାଇଁ ପ୍ରଚୁର ଅର୍ଥ ଦିଆଯାଇଛି । ଯାତ୍ରୀ ସୁବିଧା, ନୂଆ ରେଳ ଲାଇନ, ରେଳଲାଇନର ଦୋହରୀକରଣ, ବିଦ୍ୟୁତିକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ମୋଦି ସରକାରରେ ଖଣିଜ ପଦାର୍ଥକୁ ନିଲାମ କରି ଆଦିବାସୀ ଜିଲ୍ଲାର ବିକାଶ ପାଇଁ ଡିଏମଏଫର ବ୍ୟବସ୍ଥା ହୋଇଛି । ମୋଦି ସରକାରଙ୍କ ନୀତି ଓଡ଼ିଆ ଲୋକଙ୍କ ହକ୍ କୁ ନ୍ୟାୟ ପ୍ରଦାନ କରିଛି । ଟଙ୍କା ଦେବାରେ ଓଡ଼ିଶାକୁ କେବେ ଅବହେଳା କରାଯାଇନାହିଁ । ଓଡ଼ିଶା ପାଇଁ ଏହି ତତ୍ପରତା ଓ ପ୍ରାଧାନ୍ୟର ମନ୍ତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ପୂର୍ବୋଦୟ” ପରିକଳ୍ପନାରୁ ହିଁ ସମ୍ଭବ ହେଉଛି । ଏହି ପରିକଳ୍ପନାର ଅର୍ଥ ଶିଳ୍ପର ବିକାଶ କିମ୍ବା ରାଜପଥ, ରେଳ, ବିମାନ ବା ବନ୍ଦରର ବିକାଶ ଖାଲି ନୁହେଁ, ଏହାର ଲକ୍ଷ୍ୟ ଥିଲା ଓଡ଼ିଶା ପରି ରାଜ୍ୟ ବା ସାଧାରଣ ଲୋକଙ୍କ ଜୀବନଶୈଳୀରେ ମୂଳଭୁତ ପରିବର୍ତନ ଆଣିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୨ ରେ କେନ୍ଦ୍ରମନ୍ତ୍ରୀ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବାମରା ଗସ୍ତ ବେଳେ ଭୁବନେଶ୍ୱରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ ଏବଂ ଏହି ସମୟରେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ଯାତ୍ରୀମାନେ ଏହି ଟ୍ରେନରେ ଏଲ୍‌ଏଚ୍‌ବି କୋଚ ଆରମ୍ଭ କରିବା ପାଇଁ ଦୀର୍ଘ ଦିନର ଦାବୀ ଥିବା ଜଣାଇଥିଲେ । ଏହା ପରେ ଗତ ଅକ୍ଟୋବର ୫ ତାରିଖରେ ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଏଲଏଚବି କୋଚରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଓ ପରେ ପ୍ରତ୍ୟକ୍ଷ ଭେଟି ଅନୁରୋଧ କରିଥିଲେ । ଏହି ଦାବୀ ପାଇଁ ଶ୍ରୀ ପ୍ରଧାନ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.